କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ହେଲେ ଧିରେନ କୁମାର ସାହୁ


କେନ୍ଦ୍ରାପଡ଼ା,୨୦ା୨: କେନ୍ଦ୍ରାପଡା ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଯଥା ବରିଷ୍ଠ ର୍ନିବାଦିୟ ବିଜେଡି ନେତା ଧିରେନ କୁମାର ସାହୁ ଆଜି କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଦଳ ପକ୍ଷରୁ ଅବସ୍ଥାପିତ କରାଯାଇଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ପଦବୀରେ ଗତ ୨୦୧୯ ମସିହାଠାରୁ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା କାର୍ଯ୍ୟ କରି ଆସୁଥିଲେ । ଗତ କିଛି ଦିନ ହେଲା ତାଙ୍କ କାର୍ଯ୍ୟକଳାପ ନେଇ ଦଳର ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ନଥିଲେ । ତେଣୁ ତାଙ୍କୁ ଆଜି ପରିବର୍ତ୍ତନ କରାଯାଇ ଶ୍ରୀ ସାହୁଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି । ଏହା ଜିଲ୍ଲାର ବିଜେଡି କର୍ମୀ ଅନୁଗତମାନଙ୍କୁ ବେଶ୍ ଉତ୍ସାହିତ କରିଛି । ତାଙ୍କ ନିଯୁକ୍ତି ଘୋଷଣା ପରେ ଶ୍ରୀ ସାହୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀ ସାହୁ କହିଛନ୍ତି ଯେ ଜିଲ୍ଲାରେ ବିଜୁ ଜନତାଦଳକୁ ମଜବୁତ କରିବା ମୁଳ ଲକ୍ଷ୍ୟ । ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି.କେ କାର୍ତ୍ତିକେୟନ ପାଣ୍ଡିଆନ, ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ମନ୍ତ୍ରୀ ପ୍ରତାପ ଦେବ, ଜିଲ୍ଲାର ସମସ୍ତ ବିଧାୟକ ଓ କର୍ମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading