ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ଗୋଲକ ମହାରଣା, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ସହସମ୍ପାଦକ ବିଜୟ କୁମାର ସାହୁ, କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଆଡଭୋକେଟ ବୀର କିଶୋର ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଜେନା, ସଚିତ୍ର କୁମାର ବେହୁରା, ସମବାୟବିତ ବ୍ରଜବନ୍ଧୁ ଦାଶ, ସମାଜସେବୀ ପ୍ରଫୁଲ କୁମାର ପ୍ରଧାନ, ଇଂ ତପନ କୁମାର ପାତ୍ର, ପ୍ରାକ୍ତନ ବ୍ଲକ ଶିକ୍ଷାଅଧିକାରୀ ପାବନୀ କୁମାର ରାଉତ, ଶିକ୍ଷାବିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରାବନ୍ଧିକ ପ୍ରଦିପ କୁମାର ନାୟକ, ସମାଜସେବୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦାନ କରି ବେଲତଳ-କୈଳାଶୀ କେନାଲ ବନ୍ଧ ରାସ୍ତାରେ ୨୦୦ରୁ ଉର୍ନ୍ଧ୍ୱ ତାଳ ଚାରା ରୋପଣ କରିଥିଲେ। ଏହି ବୃକ୍ଷରୋପଣ ମାଧ୍ୟମରେ ପରିବେଷ ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ ବ୍ୟାପକ ବ୍ରୁକ୍ଷରୋପଣର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ ବୋଲି ସମାଜକୁ ଏକ ବାର୍ତା ପ୍ରେରଣ ଦିଆଯାଇଥିଲା । ଆସନ୍ତା ସେପ୍େଟମ୍ୱର ମାସରେ ପଟାମୁଣ୍ଡାଇ ଅଳଭା ମୁଖ୍ୟ କେନାଲ ରାସ୍ତା ପାର୍ଶ୍ୱରେ ବ୍ରୁକ୍ଷରୋପଣ କରିବା ପାଇଁ ସ୍ଥିର କରାଯାଇଛି ।


Next Post

ପଟ୍ଟାମୁଣ୍ଡାଇ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ପଦକ୍ଷେପ , ଜବରଦଖଲକାରୀ ଦୋକାନୀଙ୍କୁ ଉଛେଦ କଲା ପୌରପାଳିକା

Wed Aug 21 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ବୁଧବାର ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ ତଳେ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲା । ଆଜି ସହରର ପୁରୁଣା ବାଇପାସ ଛକ ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ରାସ୍ତା ପାର୍ଶ୍ୱ ପାଦ ଚଲା ରାସ୍ତାକୁ […]