କେନ୍ଦ୍ରାପଡ଼ା,୨୦ା୨ : ଆଜି ଠାରୁ ମାଟ୍ରିକ ପରିକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ବିଷୟରେ ଜିଲ୍ଲାର ୧୦୩ଟି ପରୀକ୍ଷା କେନ୍ଦ୍ରରେ ୧୮,୯୭୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ୨ଟି କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟର ୨୨୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୪୮ ଜଣ ମଧ୍ୟମା ପରୀକ୍ଷାର୍ଥୀ ୧୫ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲାର ୧୯, ୩୩୪ଜଣ ଛାତ୍ରଛାତ୍ରୀ ଫର୍ମଫିଲପ କରିଥିବା ବେଳେ ସେଥି ମଧ୍ୟରୁ ୧୮,୯୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୩୫୭ଜଣ ଅନୁପସ୍ଥିତ ଥିବା ସୂଚନା ମିଳିଛି । ମଧ୍ୟମା ପରୀକ୍ଷା ପାଇଁ ୩୧୦ଜଣ ଫର୍ମଫିଲପ କରିଥିବା ବେଳେ ସେଥିମଧ୍ୟରୁ ୨୪୮ଜଣ ପରୀକ୍ଷା ଦେଇଥିବା ବେଳେ ୬୨ଜଣ ଅନୁପସ୍ଥିତ ରହିଛନ୍ତି । ସେହିପରି ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୨୮୫ଜଣ ଫର୍ମଫିଲପ କରିଥିବା ବେଳେ ସେଥିମଧ୍ୟରୁ ୨୨୯ଜଣ ପରୀକ୍ଷା ଦେଇଥିବା ବେଳେ ୫୬ଜଣ ଅନୁପସ୍ଥିତ ରହିଥିବା ଜଣାପଡିଛି । ଉପରୋକ୍ତ ତିନୋଟି ପରୀକ୍ଷାରେ ମୋଟ ୪୭୫ଜଣ ଅନୁପସ୍ଥିତ ରହିଛନ୍ତି । ୧୦୩ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ୮୦୫ଜଣ ଇନଭିଜିଲେଟର, ୪୦୨ଜଣ ରୋଭର ଓ ୨୦୧ଜଣ ରିଲିଭର ନିଯୁକ୍ତ ହୋଇଥିବା ବେଳେ ମଧ୍ୟମା ପରୀକ୍ଷା ପାଇଁ ୧୨ଜଣ ଇନଭିଜିଲେଟର, ୬ଜଣ ରୋଭର ଓ ୩ଜଣ ରିଲିଭର ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୧୧ଜଣ ଇନଭିଜିଲେଟର, ୫ଜଣ ରୋଭର ଓ ୨ଜଣ ରିଲିଭରଙ୍କୁ ନିଯୁକ୍ତ କରାଯାଇଛି । ଏଥିସହିତ ୧୦୫ଜଣ ଅଧିକ୍ଷକ ଓ ୧୦୫ଜଣ ଉପଅଧିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାବ୍ୟତିତ ୨୫୦ଜଣରୁ ଅଧିକ ପରୀକ୍ଷାର୍ଥୀ ଥିବା ପରିକ୍ଷା କେନ୍ଦ୍ରରେ ୨ଜଣ ଉପଅଧିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । କପି ରୋକିବା ନିମନ୍ତେ କଟକ ବୋର୍ଡରୁ ଗୋଟିଏ ସ୍କ୍ୱାର୍ଡ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ନେତୃତ୍ୱରେ ଗୋଟିଏ ଏବଂ ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ ବେହେରାଙ୍କ ନେତୃତ୍ୱରେ ଅନ୍ୟ ଗୋଟିଏ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ ଜିଲ୍ଲାର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିବା ଜଣାଯାଇଛି । ଜିଲ୍ଲାର ମୋଟ ୧୦୫ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୬ଟିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବସ୍ଥାରେ, ୧୬ଟିରେ ଲାଇଭ୍ ସ୍କ୍ରିନିଂ ବ୍ୟବସ୍ଥାରେ ଏବଂ ଅନ୍ୟ ୮୩ଟି କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥାରେ ପରୀକ୍ଷା ପରିଚାଳନା ଉପରେ ତୀକ୍ଷ୍ଣନଜର ରଖାଯାଇଛି ବୋଲି ପରୀକ୍ଷା ଦାୟୀତ୍ୱରେ ଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ସୂଚନା ଦେଇଛନ୍ତି ।
kanikanews.in
Next Post
ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ହେଲା
Tue Feb 20 , 2024
କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ସମବାୟ ସମିତି(ପ୍ୟାକ୍ସ) ଭାବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥା ଆଜି ଉଦଘାଟିତ ହୋଇଯାଇଛି । ସମବାୟ ସମିତି ସମୁହର ଉପନିବନ୍ଧକ ମୋନିକା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥାକୁ ଉଦଘାଟନ କରିବା ସହ ଭରତପୁର ମିନି ବ୍ୟାଙ୍କର ଗ୍ରାହକମାନଙ୍କୁ କମ୍ପ୍ୟୁଟରାଇଜଡ୍ ପାସବୁକ୍(ଜମାବହି )ବଣ୍ଟନ କରିଥିଲେ […]

You May Like
- 2 years ago
ଐତିହାସିକ ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଦଘାଟନ ସମାରୋହ
- 2 years ago
କେନ୍ଦ୍ରାପଡାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର