
ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ଗଣ୍ଡକୁଳ ଠାରୁ ସାତଭଉଣୀ ପର୍ଯ୍ୟନ୍ତ ରାସ୍ତା ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପୁନଃନିର୍ମାଣ କରାଗଲେ ଏ ଅଂଚଳ ଜନସାଧାରଣ ଉତମ ଗମନାଗମନ ସୁବିଧା ପାଇପାରିବେ ଜନସାଧାରଣ ଦାବୀ କରି ଆସୁଥିଲେ । ଅଂଚଳବାସୀଙ୍କ ଦୀର୍ଘଦିନର ଦାବୀକୁ ଗ୍ରହଣ କରି ରାଜ୍ୟ ସରକାର ଏହି ରାସ୍ତା ପୁନଃନିର୍ମାଣ ପାଇଁ ଅର୍ଥ ମଂଜୁର କରିଛନ୍ତି । ଆଜି ଅପରାହ୍ନ ରେ ୪ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଜନ -୨ ଅଧୀନରେ ଥିବା ଏହି ରାସ୍ତାର ଶୁଭ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ସୁବାଷ କୁମାର ଥାଟୋଇ,ଡିହାପଡା ସରପଂଚ ଶତ୍ରୁଘ୍ନ ମଲିକ, ପୂର୍ବତନ ସରପଂଚ ମଥୁରାନନ୍ଦ ଘଡାଇ, ଯୁବନେତା ସୁଶାନ୍ତ ପରିଡା, ଶିକ୍ଷାବିତ ଦୈତାରୀ ପରିଡା, ସମିତିସଭ୍ୟା ରେଣୁକା ସେଠୀ, ରଶ୍ମିରଞ୍ଜନ ଗିରି, କାର୍ତିକ ପରିଡା, ଜନକର ସେଠୀ, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।











