
କେନ୍ଦ୍ରାପଡା, ୨୨/୨: ଅନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲ୍ରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଡ. ବାସୁଦେବ ଦାସଙ୍କ ପୌରହିତ୍ୟରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା ବିକାଶ ସମିତି ଆହ୍ୱାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କହିଲେ ଯେ, ମାତୃଭାଷା ଆମର ଜୀବନ ଜୀବିକାର ଭାଷା ହେବା ଆବଶ୍ୟକ । ଏଥିନିମନ୍ତେ କେନ୍ଦ୍ରାପଡାରେ ଭାଷା ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ଏଥିନିମନ୍ତେ ଏକ ଶୋଭାଯାତ୍ରା କରି କେନ୍ଦ୍ରାପଡା ବଜାରର ସମସ୍ତ ନାମ ଫଳକ ଓଡିଆ ଭାଷାରେ ଲେଖିବାକୁ ସମସ୍ତେ ଏକାଠି ହୋଇ ପଦକ୍ଷେପ ନେବାକୁ ସେ ରଣହୁଙ୍କାର ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟରେ ସମ୍ପାଦକ ତଥା ଅଧ୍ୟାପକ ଅଜୟ ସାମଲ, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭ୍ରାଂଶୁ କୁମାର ଦାସ, ମହାବୀର ମହାବିଦ୍ୟାଳୟର ମଦନ ପୁରର ପ୍ରାକ୍ତନ ଅଧ୍ୟକ୍ଷ ସଙ୍ଗୀତ ନିର୍ଦ୍ଦେଶକ ମୋହନ ଚରଣ ଜେନା, ସମାଜସେବୀ ଭାଗିରଥୀ ଜେନା, କବି କରୁଣାକର ଦାସ, ଆଇନଜୀବୀ ପ୍ରଦୀପ କୁମାର ଦାସ, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ଡ. ଅଜିତ୍ କୁମାର ଦାସ, ଅଧ୍ୟାପିକା ମନିଷା କାନ୍ତି ଜେନା, ପ୍ରମୋଦ କୁମାର ବେହେରା, ଅଧିକାରୀ ନିଲେଶ କୁମାର ଦାସ, ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡ. ଆଶୁତୋଷ ରାଉତ, ପ୍ରଭାସିନୀ ଜେନା ଏବଂ ଶରତ ରାଉତ, ଗୟାଧର ଧଳ, ଏଲିନା ସାମନ୍ତରାୟ ପ୍ରମୁଖ ଶତାଧିକ ଭାଷା ପ୍ରେମୀମାନେ ଯୋଗଦାନ କରି ମାତୃଭାଷାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କୌଣସି ଦେଶ ମାତୃଭାଷାକୁ ଗୁରୁତ୍ୱ ନ ଦେଇ ଆଗକୁ ଯାଇପାରିବ ନାହିଁ । ରୁଷ୍, ଚୀନ, ଫ୍ରାନ୍ସ, ଇଂଲଣ୍ଡ, ବାଂଲାଦେଶ ପ୍ରଭୃତି ଏହାର ଜ୍ୱଳନ୍ତ ନିଦର୍ଶନ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ପ୍ରିୟଦର୍ଶିନୀ ପରିଡା ଓ ସଫିକା ୟସ୍ମିନ୍ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।











