ମା’ ବୁଢି ବାସୁଳେଇ କ୍ଲବର ନୂତନ ଗୃହ ଉଦଘାଟିତ



କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମାଧପୁର ଗ୍ରାମର ମା’ବାସୁଳେଇ କ୍ଲବର ନବ ନିର୍ମିତ ଗୃହ ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବ ପରିସରରେ ୧୦ନମ୍ବର ୱାର୍ଡର କାଉନସିଲର ରଶ୍ମିତା ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଆଞ୍ଚଳିକ ପାଣ୍ଠିରେ ନିର୍ମିତ ମା’ ବାସୁଳେଇ କ୍ଲବର ନବ ନିର୍ମିତ ଗୃହକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଆଜି ସକାଳୁ ଉଦଘାଟନୀ ଫଳକରେ କାଉନସିଲରଙ୍କ ନାମ ଲେଖାଯାଇନଥିଲା । ଏସମ୍ପର୍କରେ ଜଣାପଡିବା ପରେ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ଖବର ପାଇ ଦଳୀୟ ସଭାପତିଙ୍କ ଠାରୁ ଆରମ୍ଭ କରି ବିଧାୟକ, ପୈାରାଧ୍ୟକ୍ଷା ସମସ୍ତେ ଏଭଳି କାର୍ଯ୍ୟର ନାପସନ୍ଦ କରିବାରେ ପୁଣି ସେହି ଫଳକରେ କାଉନସିଲରଙ୍କ ନାମ ଲେଖାଯାଇଥିଲା । ଏହାଦ୍ୱାରା ଦଳରେ କାଉନସିଲରଙ୍କ ଦବ୍‌ଦବା ରହିଥିବା ପୁଣି ଥରେ ପ୍ରମାଣିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ସାହି କମିଟି ସଭାପତି କୁଳମଣୀ ବେହେରା, ସମ୍ପାଦକ ହରିଲାଲ ଅଗ୍ରୱାଲ, କ୍ଲବର ପ୍ରତିଷ୍ଠାତା ସଭାପତି ସଚ୍ଚିଦାନନ୍ଦ ବେହେରା, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂହ, ଚକ୍ରଧର ସାହୁ, ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମନୋରଞ୍ଜନ ସାହୁ, ବୀରକିଶୋର ସାହୁ, ସତ୍ୟଜିତ ରାୟ, ମନୋଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

Thu Feb 22 , 2024
  କେନ୍ଦ୍ରାପଡ଼ା,୨୧ା୨: ଶୁକ୍ରବାର ଦିନ ସ୍ଥାନୀୟ ସହରସ୍ଥ ଆଇଡିଆଲ୍ ପବ୍ଲିକ ସ୍କୁଲର ୩୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ସ୍ୱରାଜ ରାଜ୍ ସିଂହଙ୍କ ସଭାପତିତ୍ୱରେ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, କେନ୍ଦ୍ରାପଡା ପୌରାପାଳିକାର ଅଧ୍ୟକ୍ଷା ସରିତା ସାହୁ ମୁଖ୍ୟବକ୍ତା ଏବଂ ଅନୁଷ୍ଠାନର ସମ୍ପାଦକ ପ୍ରଭାତ ଅଧିକାରୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଆଦର୍ଶ ଶିକ୍ଷାର୍ଥୀ […]

You May Like