ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ପର୍ଶୁରାମ ସ୍ୱାଇଁଙ୍କର ପ୍ରତିମୂର୍ତ୍ତୀ ଅନାବରଣ


କେନ୍ଦ୍ରାପଡା, ୨୫/୨- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ନୂଆସାହିଠାରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ପର୍ଶୁରାମ ସ୍ୱାଇଁଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଅଛି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ସମାଜସେବୀ ଜନ୍ମେଜୟ ପ୍ରଧାନ, ଭିତରକନିକା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଶାଖା ପରିଚାଳକ ମନୋରଞ୍ଜନ ସ୍ୱାଇଁ, ସ୍ନେହାଂଶୁ ଦାସ, ଅଲେଖ ସ୍ୱାଇଁ, ଶିକ୍ଷାବିତ୍ ଅଭିରାମ ସ୍ୱାଇଁ, ରାଜକିଶୋର ସ୍ୱାଇଁ, ଆଶିଷ ରଞ୍ଜନ ସାମଲ, ପଦ୍ମଚରଣ ସ୍ୱାଇଁ, ଗୌତମ କୁମାର ପାଢି, ବିଜୟ କୁମାର ସ୍ୱାଇଁ ପ୍ରମୁଖ ପ୍ରତିମୂର୍ତ୍ତୀ ଉନ୍ମୋଚନ ଅବସରରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଥିଲେ । ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ନାମ ସଂକୀର୍ତ୍ତନ ସହ ଶ୍ରୀକ୍ଷେତ୍ର ଠାକୁର ଭଜନ ସନ୍ଧ୍ୟାର କଳାକାରମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା ।


Next Post

ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଗ୍ରାମୀଣ ଡାକ ସେବକସଙ୍ଘର ବାର୍ଷିକ ସମ୍ମିଳନୀ

Sun Feb 25 , 2024
କେନ୍ଦ୍ରାପଡ଼ା,୨୫ା୨ : ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଡାକ ସେବକସଙ୍ଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ସହରର ହୋଟେଲ ଗୋଲଡେନ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଲିୟାକତ ଅଲ୍ଲୀ, ସୂର୍ଯ୍ୟକାନ୍ତ ସାମଲ, ଅଶୋକ କୁମାର ପଣ୍ଡାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସହୀଦ ବେଦୀରେ ମାଲ୍ୟାର୍ପଣ ପରେ ସମ୍ମିଳନୀକୁ ଉଦଘାଟନ କରି ଶ୍ରମିକନେତା ଗୟାଧର ଧଳ ଦେଶ ଆଜି ସଙ୍କଟଜନକ ପରିସ୍ଥିତି […]

You May Like