ଗ୍ୟାରେଜ ମାଲିକଙ୍କ ଖାମଖିଆଲି ଯୋଗୁଁ ସ୍କୁଟି ପୋଡି ପାଉଁଶ


କେନ୍ଦ୍ରାପଡ଼ା,୨୬ା୨: କେନ୍ଦ୍ରାପଡା ସହରର ଜଣେ ଗ୍ୟାରେଜ ମାଲିକଙ୍କ ଖାମଖିଆଲି ଯୋଗୁଁ ଏକ ସ୍କୁଟି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତର ଖଣ୍ଡିଆବନ୍ଧ ଗ୍ରାମର ଶିକ୍ଷକ ସ୍ୱର୍ଗତ ଉତ୍ସବ ସ୍ୱାଇଁଙ୍କ ପୁତ୍ର ରଣଜିତ କୁମାର ସ୍ୱାଇଁ ତାଙ୍କ ଭଉଣୀଙ୍କ ସ୍କୁଟିର ସାଇଲେନ୍ସରରେ ଏକ ହୋଲ ହୋଇଯାଇଥିବାରୁ ତାକୁ ନେଇ ଓଲଡିଂ କରିବାକୁ କଜଳାର ଜ୍ଞାନପିଠ ପାଖରେ ଥିବା ଏକ ଗ୍ୟାରେଜ କୁ ଆଜି ଅପରାହ୍ନରେ ଯାଇଥିଲେ । ସେହି ଗ୍ୟାରେଜର ମାଲିକ ସହରର ବଡହାଟସ୍ଥିତ ସେକ ଅନିସୁଦ୍ଦିନଙ୍କ ପୁଅ ସେକ ଟିକି ସାଇଲେନ୍ସରକୁ ସ୍କୁଟିରୁ ଖୋଲି ଓଲଡିଂ କରିବା ପରିବର୍ତ୍ତେ ସ୍କୁଟିକୁ ଗୋଟିଏ କଡକୁ ଓଲଟାଇ ଓଲଡିଂ କରିଥିଲେ । ଫଳରେ ସ୍କୁଟିର ଟାଙ୍କିରେ ଥିବା ପେଟ୍ରୋଲ ଗୋଟିଏ କଡକୁ ଚାଲିଯାଇଥିଲା । ସେହି ଅବସ୍ଥାରେ ଓଲଡିଂ କରାଯିବାରୁ ସ୍କୁଟିରେ ନିଆଁ ଲାଗିଯାଇ ସଂପୂର୍ଣ୍ଣ ପୋଡିଯାଇଥିଲା । ସ୍କୁଟି ନେଇ ଗ୍ୟାରେଜ ଯାଇଥିବା ରଣଜିତ ସ୍କୁଟିକୁ ନିଆଁ ଦାଉରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେବି ସ୍କୁଟି ଟି ପୋଡି ପାଉଁଶ ହୋଇଯାଇଥିଲା ।


Next Post

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କଲେ କାୟାକଳ୍ପ ଟିମ

Tue Feb 27 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି କାୟାକଳ୍ପ ଟିମ ସଦସ୍ୟ। । ସୋମବାର ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ କାୟାକଳ୍ପ ଟିମ ଡା ପ୍ରଶାନ୍ତ ହୋତାଙ୍କ ନେତୃତ୍ୱରେ ବାଲଚନ୍ଦନ ବିଏଲ,ଡା ଅନିଲ ପଟ୍ଟନାୟକ ପ୍ରମୁଖ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କରି ହସ୍ପିଟାଲର ଇନଡୋର୍‌, ଆଉଟ୍‌ ଡୋର୍‌, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି […]

KANIKA