ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ମହାସମ୍ମିଳନୀ



ଓଡିଶା ପ୍ରଗତିର ସାରଥୀ ମିଶନଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ପୂର୍ବରୁ କରିଥିବା ଋଣ ବାବଦକୁ ସୁଧ ଫେରସ୍ତ କରିବା ପାଇଁ ଆଜି ଭୁବନେଶ୍ୱର ଠାରେ ଆୟୋଜିତ ମିଶନଶକ୍ତି ମହାସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ମହାସମ୍ମିଳନୀ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ,ବି ଡି ଓ ଶୁଭ୍ରାଂଶୁ ସାହୁ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା ଓ ଓଉପଡା ସମିତିସଭ୍ୟା ମମତାମୟୀ ଜେନା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ବି ପି ଏମ ସସ୍ମିତା ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ୧୨୫୩ ମହିଳା ଏସ ଏସ ଜି ଗ୍ରୁପଙ୍କୁ ୭କୋଟି ୪୯ଲକ୍ଷ ୪ହଜାର ୭୨୦ଟଙ୍କା ସୁଧ ଫେରସ୍ତ ଚେକ ପ୍ରଦାନ କରିଥିଲେ। ମିଶନଶକ୍ତି ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ ଧନ୍ୟବାଦ ଦେଇଥିଲେ । ଏଥିରେ ବ୍ଲକର ସହସ୍ରାଧିକ ମହିଳା ଏସ ଏସ ଜି ସଦସ୍ୟା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମିଶନଶକ୍ତି ମହାସଂଘ ସମ୍ପାଦିକା ନିର୍ମଳା ନନ୍ଦ,ପ୍ରମିଳା ଜେନା ଓ ଅଭିଲିପ୍ସା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।


Next Post

କ୍ରୀକେଟ ଏକାଡେମୀ ବଦଳରେ ସ୍ପୋର୍ଟସ ହଷ୍ଟେଲ ଆମର ଦାବି- ବିଧୁଭୂଷଣ

Tue Feb 27 , 2024
  କେନ୍ଦ୍ରାପଡ଼ା, ୨୭ା୨: ରାଜ୍ୟରେ ୪୨ଟି କ୍ରୀକେଟ ଏକାଡେମୀ, ୪ଟି କ୍ରୀକେଟ ଷ୍ଟାଡିୟମ, ୩ଟି ସ୍ପୋର୍ଟସ କମ୍ପେ୍ଲକ୍ସ, ଗୋଟିଏ ଭାର ଉତ୍ତୋଳନ ଏକାଡେମୀ, ଗୋଟିଏ ୨୦୦ ଖେଳାଳୀ ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ମୁଖ୍ୟମନ୍ତ୍ରୀ ଲୋକାର୍ପିତ ଓ ଶୀଳାନ୍ୟାସ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କୁ କେବଳ ଧୋକ୍କା ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାବାସୀ ବିଜୁବାବୁଙ୍କୁ ଅତିତରେ ରାଜନୈତିକ ଜୀବନ୍ୟାସ ଦେଇଥିଲେ । ତା’ର ପ୍ରତିବଦଳରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ, ପ୍ରତାରଣା, ପ୍ରତିଶ୍ରୁତି ଓ […]

KANIKA