ରାଜ୍ୟ ମହିଳା ଫି ଡେ ରେଟିଙ୍ଗ ଚେସ ଚୋମ୍ପିଅନସିପ-୨୦୨୫ ଉଦଯାପିତ : ୟାସିତା ଚାମ୍ପିଅନ ଓ ସ୍ମାରକୀ ରାନର୍ସପ



କେନ୍ଦ୍ରାପଡା ୩/୧୧: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟ ରେ ଚାଲିଥିବା ଚଳିତ ବର୍ଷ ର ରାଜ୍ୟ ମହିଳା ଫି ଡେ ରେଟିଙ୍ଗ ଚେସ ଚାମ୍ପିଅନସିପ – ୨୦୨୫ର ଉଦଯାପନୀ ଉତ୍ସବ ଏବଂ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ମୁଖ୍ୟ ବକ୍ତା ଭାବେ ପି ଏମ ଶ୍ରୀ ନଭୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ମମତା ମୟୀ ଚୌଧୁରୀ ଉପସ୍ଥିତ ରହି ଖେଳାଳି ମାନଙ୍କୁପୁରସ୍କାର ବିତରଣ କରିବା ସହିତ ଉଦବୋଧନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଚେସ ଉପଦେଷ୍ଠା ସମିତିର ଅଧକ୍ଷ ତଥା ବରିଷ୍ଟ ବ୍ୟବସାୟୀ ଓ ସମାଜ ସେବୀ ଅଜିତ କୁମାର ସାହୁ, ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍ ର ପୂର୍ବତନ ସମ୍ପାଦକ ମନୋଜ ପରିଡା, ବଲାଙ୍ଗୀର ଚେସ ଆସୋସିଏସନ୍ ର ସମ୍ପାଦକ ପ୍ରିୟବ୍ରତ ପଣ୍ଡା, ଆଇ ଆଇ ଜି ସ୍ପୋର୍ଟସ ଏକାଡେମୀର ନିର୍ଦେଶକ ପ୍ରଶାନ୍ତ କୁମାର ପୁହାଣ ଯୋଗ ଦେଇଥିବା ବେଳେ ଆସୋସିଏସନ୍ ର ସଭାପତି କିଶୋର ପଣ୍ଡା, ସମ୍ପାଦକ ତଥା ଅଲ ଓଡ଼ିଶା ଚେସ ଆସୋସିଏସନ୍‌ର ଯୁଗ୍ମ ସମ୍ପାଦକ ଭବେଶ୍ ମହାନ୍ତି, କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ଆସୋସିଏସନ୍ ର ଉପସଭାପତି ଲଲାଟ କେଶରୀ ସାମଲ ମଞ୍ଚ ପରିଚାଳନା କରିଥିଲେ। ଏହି ମଞ୍ଚରେ ବିକ୍ରମ ବିଶ୍ୱାଳ ଓ ଜ୍ୟୋତି ଶଙ୍କର ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ଏକ ମହିଳା ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ କେନ୍ଦ୍ରାପଡ଼ାର କିଛି ପ୍ରତିଷ୍ଠିତ ମହିଳା ଯଥା ଗୁଲନଗର ପଞ୍ଚାୟତ ର ସରପଞ୍ଚ ସନ୍ଧ୍ୟା ରାଣୀ ସାହୁ, ରୋଜାଲିନ ମହାନ୍ତି, ସମ୍ପଦ ପରିଡ଼ା, ଶୁଭସ୍ମିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଥାଉକି ଚାରି ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ଟି ଜିଲ୍ଲା ରୁ ୩୨ ଜଣ ଖେଳାଳି ଭାଗନେଇଥିବା ବେଳେ ଖୋର୍ଦ୍ଧାର ୟଶିତା ରାଉତ ଚାମ୍ପିଅନ, କେନ୍ଦ୍ରାପଡା ର ସ୍ମାରକୀ ମହାନ୍ତି ଦ୍ୱିତୀୟ ଏବଂ କଟକର ଜୟଲକ୍ଷ୍ମି ସାହୁ ତୃତୀୟ, କଟକର ଜ୍ୟୋତିକା ସାହୁ ଚତୁର୍ଥ, କଟକର ନିଭ୍ରିତା ପଟ୍ଟନାୟକ ପଞ୍ଚମ, ଖୋର୍ଦ୍ଧା ର ନାୟନିକ ସାହୁ ଷଷ୍ଠ , ଗଜପତିର ଉମା ଦଳପତି ସପ୍ତମ, କଟକର ସ୍ନେହ ସ୍ମିତା ରାମ ଅଷ୍ଟମ, କଟକର ଗିତାଷ୍ରୀ ବିଶ୍ୱାଳ ନବମ ଏବଂ କଟକର ଆରୀୟା ମହାନ୍ତି ଦଶମ ସ୍ଥାନ ଅଧିକୃତ କରିଛନ୍ତି। ଏଠି ମଧ୍ୟରୁ ଶ୍ରେଷ୍ଠ ଚାରିଜଣ ଖେଳାଳି ଜାତୀୟ ମହିଳା ଚେସ ଚୋମ୍ପିଅନସିପ ରେ ଯୋଗ ଯୋଗ ଦେବା ପାଇଁ ଚୟନିତ ହୋଇଛନ୍ତି। ଏହି ଟୁର୍ଣ୍ଣାମେରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ନଗଦ ୧୫୦୦୦ ଟଙ୍କା, ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳି ଙ୍କୁ ୧୦୦୦୦ ଟଙ୍କା, ତୃତୀୟ ସ୍ଥାନ ରେ ଥିବା ଖେଳାଳି ଙ୍କୁ ୫୦୦୦ ଟଙ୍କା ପୁରସ୍କାର ରାଶି ଦିଆ ଯାଇ ଥିବା ବେଳେ ଶ୍ରେଷ୍ଠ ୧୫ଜଣ ଓ ସ୍ଥାନୀୟ ୧୭ ଜଣ ଖେଳାଳି ଙ୍କୁ ମୋଟ ୫୩୦୦୦ ଟଙ୍କା ନଗଦ ପୁରସ୍କାର ସହିତ ଆକର୍ଷଣୀୟ ଟ୍ରାଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ୪ ଦିନ ଧରି ଚାଲି ଥିବା ଖେଳକୁ ଚିଫ୍ ଆର୍ବିଟର୍ ପିଙ୍କି ମହାପାତ୍ର, ଅଭିଷେକ ଆଚାର୍ଯ୍ୟ ଓ ନାମ୍ୱଲା ରଭିକୁମାର ସୁ ପରିଚାଳନା କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ଆସୋସିଏନର ସହ ସଂପାଦିକା ପିଙ୍କି ମହାପାତ୍ର, ଉପସଭାପତି ଧରଣୀ ଧର ସେଠୀ, ଅମରେଶ ସାହୁ, କୋଷାଧ୍ୟକ୍ଷ ନାରାୟଣ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଗୋପିବଲ୍ଲବ ନାୟକ, ସବ୍ରେ ହେମ୍ବ୍ରମ, ନେହେରୁ ସାହୁ, ଉପଦେଷ୍ଟା ମଣ୍ଡଳୀର ଉପିନ୍ ରାଉତ, ଶକ୍ତିଶ୍ରି ଲେଙ୍କା, ସ୍ୱୋପ୍ନଜିଟ ବାରିକ, ଅସିତ୍ ମହାପାତ୍ର, କରୁଣାକର ସାହୁ ଗୌତମ ମଲ୍ଲିକ, ହିମାଂଶୁ ଶେଖର ନାୟକ ପ୍ରମୁଖ ବିଭିନ୍ନ ସାହାଯ୍ୟ ସହୋଜୋଗ କରିଥିଲେ।


Next Post

ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ

Thu Nov 6 , 2025
କେନ୍ଦ୍ରାପଡା,୦୫ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୨୫କୁ ଉଦଘାଟକ ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରି କହିଲେ ଗୋବରୀ ନଦୀର ବିକାଶ ଆମର ଏକାନ୍ତ କାମ୍ୟ । ଏହି ଅବସରେ ପ୍ରଥମେ ସୁସଜ୍ଜିତ ବିଶାଳ ଶୋଭାଯାତ୍ରାରେ ଅତିଥିମାନଙ୍କ ସହ ସାଧବ, ସାଧବାଣୀ କେନ୍ଦ୍ରାପଡାର ନୂଆବସ ଷ୍ଟାଣ୍ଡ ସାମନା ଗୋବରୀ ନଦୀ କୂଳରେ ପାରମ୍ପାରିକ ଭାବରେ ବୋଇତ ବନ୍ଦାଣ କରିଥିଲେ । ତତ୍ […]

KANIKA