ଇନ୍ଦୁପୁରରେ ଲୋକକଳା ମହୋତ୍ସବ


କେନ୍ଦ୍ରାପଡ଼ା,୨୭ା୨: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ମହାବୀର ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଓଡ଼ିଶାରୁ ବିଲୁପ୍ତ ହେବାକୁ ବସିଥିବା ଲୋକସଙ୍ଗୀତ, ଲୋକନୃତ୍ୟ ଓ ଲୋକବାଦ୍ୟର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଏକ ଲୋକକଳା ମହୋତ୍ସବ ଦୁଇଦିନ ଧରି ଇନ୍ଦୁପୁରଠାରେ ଅନୁଷ୍ଠିତ ହୋଇଯାଇଚି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଲୋକକଳା ସୁତାକଣ୍ଡେଇ ନୃତ୍ୟକୁ ବଞ୍ଚାଇ ରଖିଥିବା ଗୁରୁ ଫକିର ଚରଣ ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ସଙ୍ଗୀତ ଗୁରୁ ଭାସ୍କର ଚନ୍ଦ୍ର ବେହେରା, ଲୋକକଳା କଣ୍ଠଶିଳ୍ପୀ ସ୍ୱାଧିନିବାଳା ନାୟକ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଦିପକ କୁମାର ନନ୍ଦି ଓ ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ ଲୋକକଳାର ପ୍ରଚାର ପ୍ରସାର ସହିତ କିପରି ଲୋକକଳା ବଞ୍ଚିପାରିବ ଓ ନୂତନ ଲୋକ କଳାକାର ସୃଷ୍ଟି ହୋଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଶେଷରେ ବିଭିନ୍ନ ଲୋକସଙ୍ଗୀତ, ଲୋକ ନୃତ୍ୟ , ଲୋକବାଦ୍ୟ, ପାଲା, ଘୋଡ଼ାନାଚ ଓ ମୁଖ୍ୟ ଆକର୍ଷଣ ସୂତାକଣ୍ଡେଇ ନାଚ ପରିବେଷଣ କରାଯାଇଥିଲା । ବିଭିନ୍ନ ଲୋକ କାଳକାରମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବ କଳାକାର ଓ ସମାଜସେବୀ ଦେବାଶିଷ ସମାଲ ଧନ୍ୟବାଦ ଅର୍ପଣ କରିଥିଲେ ।

 


Next Post

୫କୋଟି ୧୫ଲକ୍ଷ ଟଙ୍କା ବ୍ୟୟରେ ବଡ଼ପଡା-ଦେଉଳି ରାସ୍ତା ଶିଳାନ୍ୟାସ

Wed Feb 28 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଠାରୁ ଦେଉଳି ପର୍ଯ୍ୟନ୍ତ ରାସ୍ତାର ନିର୍ମିତ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ କୋଟି ୧୫ ଲକ୍ଷ ଟଙ୍କା ଟଙ୍କା ବ୍ୟୟ ଅଟକଳରେ ଗ୍ରାମ ଉନୟନ ବିଭାଗ ଦ୍ୱାରା କରାଯିବାକୁ ଥିବା ଉକ୍ତ ରାସ୍ତାର ଶିଳାନ୍ୟାସ କରିବା ସହିତ ଗ୍ରାମାଞ୍ଚଳରେ ଗମନାଗମନ ବିକାଶ ସହ ଉତ୍ତମ ପରିବହନ ସେବା ପାଇଁ ଲଷ୍ମୀ […]

KANIKA