ମଧୁ ଦାସ ପୀଠ ର କାଞ୍ଜି ପାଣି ପେଟ ଜନିତ ରୋଗ ପାଇଁ ସର୍ବୋଷଧି ଅଟେ


କେନ୍ଦ୍ରାପଡା ୨/୨- ଅଜି କାଲି ବିଭିନ୍ନ ପ୍ରକାରର ଅତ୍ୟା ଧୁନିକ ଖାଦ୍ୟ ପାଇଁ ଆମର ଭିନ୍ନ ଭିନ୍ନ ପେଟ ଜନିତ ରୋଗ ଦେଖା ଦେଉଛି । ଆମେ ଏହା ପାଇଁ ମେଡ଼ିକାଲର ଦ୍ୱାରସ୍ଥ ହୋଇଥାଇ । କେନ୍ଦ୍ରାପଡା ଜିଲ୍ଲାର କନ୍ତିଆ ମଧୁ ଦାସ ପୀଠ ରେ ବହୁ ପ୍ରାଚୀନ କାଞ୍ଜି ପାଣି ଯେଉଁମାନେ ପିଅନ୍ତି, ସେମାନଙ୍କର ପେଟ ଜନିତ ରୋଗ ର ସମସ୍ୟା ବିନା ମେଡିସିନ ରେ ହୋଇଥାଏ ବୋଲି ମଠ ର ମଠାଧୀଶ ସିଦାର୍ଥ ଶଙ୍କର ଦାସ ମତ ଦେଇଛନ୍ତି । ଏହି ପାଣି କୁ ପିଇ ବହୁତ ଲୋକ ମାନେ ଉପକୃତ ହୁଅନ୍ତି ବୋଲି ଅଞ୍ଚଳ ବାସୀ ମାନେ କୁହନ୍ତି । ଏହି ପ୍ରାକୃତିକ ଔଷଧ କୁ ପ୍ରଚାର ପ୍ରସାର ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ଅଣ୍ଟା ଭିଡିଛନ୍ତି । ଆସନ୍ତା ଗ୍ରୀଷ୍ମ ଋତୁ ଓ ଅନ୍ୟାନ୍ୟ ସମୟ ରେ ବିଭିନ୍ନ ଅଞ୍ଚଳ ରୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ କିପରି ଅଧିକରୁ ଅଧିକ କାଞ୍ଜି ପାଣିର ବ୍ୟବସ୍ଥା କରିବା ପାଇଁ ଏ ବୃହତ କାଞ୍ଜି ଭାଣ୍ଡର ବ୍ୟବସ୍ଥା କରାଯାଇଛି । ଏହା ପରେ ବିଭିନ୍ନ ପର୍ବ ପର୍ବାଣୀରେ କିପରି ସାଧାରଣ ଲୋକଙ୍କ ପାଖରେ ଏହା ପହଞ୍ଚିବ ଓ ରୋଗ କ୍ଷୟ ହେବ ଏଥି ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ବୈଠକ ମଧ୍ୟ କରାଯାଇଛି । ଏହି ଠାରେ କହି ରଖୁକି ଏହି କାଞ୍ଜି ପାଣି ଅରୁଆ ପେଜରୁ ପ୍ରସ୍ତୁତ କରାଯାଇଥାଏ, ଯାହା ଏକ ଆଶ୍ଚର‌୍ୟ୍‌ଯର କଥା ଅଟେ । ଆମେ ଅରୁଆ ଖାଇଲେ ଅମର ପେଟ ଜନିତ ରୋଗ ବାହାରି ଥାଏ କିନ୍ତୁ ଏହାର ବ୍ୟତିକ୍ରମ ରହିଛି । ଦମନ ମହାନ୍ତି, ସୂର୍ଯ୍ୟକାନ୍ତ ପରିଡ଼ା, ମନୋଜ ରାଉତ, କ୍ଷୀରୋଦ ପ୍ରଧାନ, ନିର୍ମଳ ବାବା, ଗୋପୀନାଥ ସାହୁ ଓ ନିଗମ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ଆଲୋଚନାଚକ୍ର

Fri Feb 2 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ଓ ତୁଳସୀ ମହିଳା କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ମିଳିତ ଭାବେ ପରିବେଶ ସମାଜବିଜ୍ଞାନ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ସମାଜବିଜ୍ଞାନୀ ନବନିତା ରଥ ଯୋଗ ଦେଇ ପରିବେଶ ଉପରେ ପ୍ରତିକୂଳ ଜଳବାୟୁର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର […]

KANIKA