
କେନ୍ଦ୍ରାପଡା, ୨୮/୨: କେନ୍ଦ୍ରାପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ୪୧ତମ ବାର୍ଷିକ ସମ୍ମିଳନୀ ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପିତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ମୁଖ୍ୟଅତିଥି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ପ୍ରବନ୍ଧକ ରମାକାନ୍ତ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୁବାଷ ଚନ୍ଦ୍ର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ପେନ୍ସନ ଭୋଗୀମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ସୂଚନା ଦେଇଥିଲେ । ପେନସନ୍ ଧାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅକ୍ଷୟ କୁମାର ନାୟକ, ଅଲେଖ ଚନ୍ଦ୍ର ଦାସ, ଭରତ ଚନ୍ଦ୍ର ଜେନା, ରଘୁନାଥ ମଲ୍ଲିକ, ଶରତ କୁମାର ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନବନିଯୁକ୍ତ କୋଷାଧ୍ୟକ୍ଷ ନରୋତ୍ତମ ପରିଡାଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିବା ସ୍ଥଳେ ତ୍ରୈଲୋକ୍ୟ ଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସବା ପରିଚାଳନାରେ ବିଜୟ କୁମାର ଦାସ, ରବିନ୍ଦ୍ର ନାଥ ରଥ, ଅବନି କୁମାର ମହାନ୍ତି, ନୃସିଂହ ଚରଣ ପତି, ଦିନବନ୍ଧୁ ସିଂହ, ପ୍ରଭାକର ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ ସହଯୋଗ କରିଥିଲେ ।











