ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଚାଷୀଙ୍କ କ୍ଷୟକ୍ଷତି ପାଇଁ ସରକାର କଲେ ବଡ଼ ଘୋଷଣା


ଭୁବନେଶ୍ୱର,୨୬/୧୨-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ଜନିତ ଫସଲ ହାନି ହୋଇଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ ପଞ୍ଜୀକୃତ ଚାଷୀ, ବୀମା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ଆପ୍ (Krishi Rakshak App) କିମ୍ବା ହେଲ୍ପ ଲାଇନ ନମ୍ବର ୧୪୪୪୭ରେ କଲ୍ କରି ତୁରନ୍ତ ଫସଲ କ୍ଷତିର ସୂଚନା ଦେବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁବାର ଅଦିନିଆ ବର୍ଷା ଜନିତ ଫସଲ ହାନିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ଜଲ୍ଲାପାଳମାନେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ ।ବୈଠକରେ ମୁଖ୍ୟ ଶାସନ ସଚିବ ଆହୁଜା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(PMFBY)ରେ ପଞ୍ଜୀକୃତ ଚାଷୀଙ୍କୁ, ବୀମା ସହାୟତା ପାଇବାପାଇଁ ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ଆପ୍‌(Krishi Rakshak App)) କିମ୍ବା Helpline ନମ୍ବରରେ ଯୋଗଯୋଗ କରି ତୁରନ୍ତ ଫସଲ କ୍ଷତିର ସୂଚନା ଦେବାକୁ ଅନୁରୋଧ କରିଛନ୍ତି । ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ କୁମାର ପାୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗ ଦେଇଥିଲେ।


Next Post

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

Thu Dec 26 , 2024
ନୂଆଦିଲ୍ଲୀ,୨୬/୧୨-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରାତି ପ୍ରାୟ ୯ଟା ୫୧ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ରୂପେ ମନମୋହନ […]