ବଦଳିଲେ କେନ୍ଦ୍ରାପଡା ଏସପି : ସିଦ୍ଧାର୍ଥ କଟାରିଆ ହେଲେ ନୂଆ ଏସପି


କେନ୍ଦ୍ରାପଡ଼ା, ୨୮ା୨: କେନ୍ଦ୍ରାପଡାରେ ବିନୋଥ ଯୁଗଳ କିଶୋର ଏସପି ଭାବରେ ଗତ ଜାନୁଆରୀମାସ ୨୮ତାରିଖରେ ଯୋଗଦେଇଥିଲେ । କେନ୍ଦ୍ରାପଡାରେ ମାତ୍ର ଏକମାସ ୨ଦିନ କାର୍ଯ୍ୟ କରିବା ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଏସପି ଭାବରେ ବଦଳି କରିଦିଆଯାଇଛି । ଶ୍ରୀ ବିନୋଥଙ୍କ ସ୍ଥାନରେ ୨୦୧୭ ବ୍ୟାଚର ଆଇ.ପି.ଏସ. ତଥା ଖୋର୍ଦ୍ଧାର ଏସପି ଥିବା ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡାର ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଏସପି ଶ୍ରୀ କଟାରିଆ ପ୍ରଥମେ ତାଳଚେରର ଏସଡିପିଓ ଭାବେ ଯୋଗଦେଇଥିବା ବେଳେ ପରେ ନୟାଗଡର ଏସପି ଭାବେ କାର୍ଯ୍ୟ କରିଥିଲେ ।


Next Post

ଗ୍ରାମାଞ୍ଚଳ ପାରିବାରିକ ଘଟଣାକୁ ନେଇ ପରବେଷଣ ହେବ ମଞ୍ଚସ୍ଥ ନାଟକ

Sat Mar 2 , 2024
କେନ୍ଦ୍ରାପଡ଼ା,୧ା୩: ଦୀର୍ଘ ୪୦ବର୍ଷ ଧରି ଆୟୋଜିତ ହୋଇଆସୁଥିବା ପଦ୍ମପୁର ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଗୋପାଳଜିୟୁ ଡ୍ରାମାଟିକ୍ କ୍ଳବ୍ ଦ୍ୱାରା ପରିବେଷଣ ହେବାକୁ ଯାଉଛି ଦୁଇଟି ମଞ୍ଚସ୍ଥ ନାଟକ । ଏନେଇ ସାଂସ୍କୃତିକ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଓ କଳାକାରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ୧୨ ଓ ୧୩ ତାରିଖରେ ହେବାକୁ ଯାଉଥିବା ଏହି ଦୁଇଟି ପାରିବାରିକ ଘଟଣାର ଚର୍ଚ୍ଚିତ […]

KANIKA