
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନ ଅନ୍ତର୍ଗତ ବକ୍ତାରପୁର ଛକରେ ଏକ ଦୁଖଃଦ ଘଟଣା ଘଟିଛି । ଏକ ପୂଜା ସାମଗ୍ରୀ ଦୋକାନରେ ନିଆଁ ଲାଗି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମହିଳା ଜଣଙ୍କ ହେଲେ ସ୍ଥାନୀୟ ବକ୍ତାରପୁର ଗ୍ରାମର କମଳା ସହୁ (୪୭) ବୋଲି ଜଣାପଡିଛି ।
କମଳା ଏକ ଛୋଟ ଦୋକାନ କରି ପୂଜା ସାମଗ୍ରୀ ଜିନିଷ ବିକ୍ରି କରିବା ସହ ପେଟ୍ରୋଲ ମଧ୍ୟ ବିକ୍ରି କରୁଥିଲେ। ତେବେ ଆଜି ସକାଳେ ଧୁପଦେବା ବେଳେ ଅଚାନକ ପେଟ୍ରୋଲରେ ନିଆଁ ଲାଗିଯିବା ଫଳରେ ଦେଖୁ ଦେଖୁ ସଂପୂର୍ଣ୍ଣ ଘର ହୁତୁ ହୁତୁ ହୋଇ ଜଳି ଉଠିଲା। ସ୍ଥାନୀୟ ଲୋକେ ତୁରନ୍ତ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହୋଇପାରିନଥିଲା। ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଚି ନିଆଁକୁ ଆୟତ କରିଥିଲେ। ହେଲେ ସେତେବେଳକୁ କମଳାଙ୍କ ଜୀବନ ଚାଲିଜାଇଥିଲା । ଆର୍ଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।











