
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଶାସନ ପଂଚାୟତ ନିମପୁର ଗ୍ରାମର ବ୍ରାହ୍ମଣୀ ନଦୀ ତୁଠରେ ଗତ ୨ ତାରିଖ ଦିନ ୧୨ ଟା ବେଳେ ରଙ୍ଗ କାମ କରୁଥିବା ୨ ଜଣ ଅଣଓଡିଆ ଶ୍ରମିକ ଗାଧୋଇବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇ ଗୋଡ ଖସି ଯିବାରୁ ସେମାନେ ନଦୀ ସୁଅରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ବୋଟ ସହ ନିଖୋଜ ଅଣଓଡ଼ିଆ ଶ୍ରମିକଙ୍କୁ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କର କୌଣସି ପତ୍ତା ମିଳାପାରିନଥିଲା । ନଦୀ ସୁଅଭାସି ଯାଇ ନିଖୋଜ ହୋଇଥିବା ୨ଜଣ ଯୁବକ ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ଅଜିତ କୁଅଁର(୨୦) ଓ ଜାଭେଦ ଖାଁ(୨୨)ଙ୍କ ମୃତ ଦେହ ଆଜି ନଦୀ ନିକଟବର୍ତ୍ତୀ ଅଂଚଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ପ୍ରକାଶ ଯେ ଗତ ୨ ତାରିଖରେ ଆଗ୍ରାର ୭ ଜଣ ଯୁବକ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ କଂପାନୀର ରଙ୍ଗ ୱାଲିଂ କାମ ସାରି ମାରୁତି ଭ୍ୟାନ ଯୋଗେ କଟକ ଫେରୁଥିଲେ । ମଧ୍ୟାହ୍ନ ଗୋଟାଏ ବେଳେ ଏମାନେ ନିମପୁର ଘାଟ ସ୍ପର ନିକଟରେ ଗଧୋଇବା ପାଇଁ ଗାଡିକୁ ରଖି ୬ଜଣ ଯୁବକ ସ୍ପର ନିକଟରେ ଗାଧାଉଥିଲେ । ନଦୀର ସୁଅ ଯୋଗୁଁ ଉଭୟ ଅଥଳ ପାଣି ଭିତରେ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ନଦୀ ମଧ୍ୟରେ ଦମକଳ ବାହିନୀ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିପାରିନଥିଲା ।











