
ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ବାଇପାସ ଠାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନୂତନ କାର୍ଯ୍ୟାଳୟ ଓ ୧.୫କୋଟି ଟଙ୍କା ବ୍ୟୟରେ ବାଲିପଡ଼ା ଠାରେ ପଟ୍ଟାମୁଣ୍ଡାଇ ସ୍ମାର୍ଟ ସ୍ମଶାନ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌର ପରିଷଦ ନୂତନ କାର୍ଯ୍ୟାଳୟ ଓ ନୂତନ ସ୍ମାର୍ଟ ସ୍ମଶାନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ,ଉପାଧକ୍ଷା ଅନୁପ୍ରିୟା ସାହୁ,ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,ପୌର ନିର୍ବାହୀଅଧିକାରୀ ଅଜିତ ନାରାୟଣ ଗିରି, ସହନିର୍ବାହୀ ଯନ୍ତ୍ରୀ ରମେଶ ଠାକୁର, କନିଷ୍ଠଯନ୍ତ୍ରୀ ସୁଶୀଲ ବେହେରା, କାଉନସିଲର ସର୍ବଶ୍ରୀ ପ୍ରଶାନ୍ତ ବାରିକ, ଗୋପୀ ବଲ୍ଲଭ ନାୟକ,ମଳୟ ଓଝା,ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ସୁଧାମୟ ମଲିକ, ମଧୁସ୍ମିତା ମଲିକ,ଲାସ୍ୟମୟୀ ସାହୁ, ପ୍ରିୟଙ୍କା ସେଠୀ, ସାନିଆ ପରମିନ ସାହେବା, ଝରଣା ବେହେରା, ମୃତ୍ୟୁଞ୍ଜୟ ପାଢ଼ୀ, ସୁବାଷ ମଲିକ, ରୀନାରାଣୀ ମଲିକ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଶୋକ ଧଳ ସୁରେନ୍ଦ୍ର ଗିରି, ନିରାକାର ସାହୁ ସୌରେନ୍ଦ୍ର ବେହେରା, ଅଭିରାମ ସ୍ୱାଇଁ,ମଳୟ ମଲିକ, ବାପି ସାମଲ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି, ବିଜେଡି ନେତା କର୍ମକର୍ତ୍ତା ଓ ଜନସାଧାରଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରୋଜ ପଣ୍ଡା, ସତ୍ୟାନନ୍ଦ ସାହୁ,ବିଜୟ ସ୍ୱାଇଁ,ହୃଷିକେଶ ନାଥ, ମହେଶ୍ୱର ଲେଙ୍କା ଓ ପ୍ରଫୁଲ୍ଲ ଦାଶ ପରିଚାଳନା କରିଥିଲେ ।











