କେନ୍ଦ୍ରାପଡ଼ା ୫/୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱାଗତ ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରା ଛାତ୍ରଛାତ୍ରୀମାନେ ପାଇଥିବା ଛାତ୍ର ବୃତ୍ତିକୁ ସଦୁପଯୋଗ କରି ଉଚ୍ଚଶିକ୍ଷାରେ ଆହୁରି ଆଗକୁ ଯାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ ମୁଖ୍ୟମନ୍ତ୍ରୀଙ୍କର ଏହି ଛାତ୍ର ବୃତ୍ତି ଅନେକ ପିଲାମାନଙ୍କୁ ଉଚ୍ଚଶିକ୍ଷାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି କେନ୍ଦ୍ରାପଡାର ପୌରପାଳିକାର ଅଧ୍ୟକ୍ଷା ସରୀତା ସହୁ ଏହି ଛାତ୍ର ବୃତ୍ତିକୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପୁସ୍ତକ ଓ ଅନାନ୍ୟ ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହେବ ବୋଲି କହିଥିଲେ । ପ୍ରାଧ୍ୟାପକ ରଂଞ୍ଜିତ ଦାସ ସଭାପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଛାତ୍ର ବୃତ୍ତି ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁତ ଅଧ୍ୟାପକ, ଅଧ୍ୟାପିକା, ରମାନାଥ ମହାନ୍ତି, ଡଃ ଗୌର ପ୍ରସାଦ ଶଢଙ୍ଗୀ, ଡଃ ଦେବକାନ୍ତ ଶଢଙ୍ଗୀ, ଡଃ ହାରାଚାନ୍ଦ ମହାନ୍ତି, ଅଚୁତା ନନ୍ଦ ଭୂୟାଁ, ଡଃ ଦୀପ୍ତି ରାୟ, କବିତା ରାଉତ, ମୋନାଲିସା ସିଂ ଓ କର୍ମଚାରୀଙ୍କ ମଧ୍ୟରେ କଲେଜର ବଡବାବୁ ରବିନ୍ଦ୍ର ପରିଡା, ଅଶ୍ୱିନୀ ପଣ୍ଡା, ଅଶୋକ ମିଶ୍ର, ନିର୍ମଳ ମହାପାତ୍ର, ଜାହିଦ ଖାନ, ରମେଶ ଦାସ, ମାନସ ମହାନ୍ତି, ପ୍ରଦ୍ୟୁମ୍ନ ନାୟକ, ପ୍ରଫୁଲ୍ଲ ମଲ୍ଲିକପ୍ରମୁଖ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିବାରେ ସହାୟତା କରିଥିଲେ ।