କେନ୍ଦ୍ର ବଜେଟ ୨୦୨୪-୨୫କୃଷକ ବିରୋଧୀ ଓ ଗ୍ରାମୀଣ ବିକାଶ ପାଇଁ ଅନୁଦାନ ନୈରାଶଜନକ



କେନ୍ଦ୍ରାପଡ଼ା,୨ା୨ : ନିର୍ବାଚନ ବର୍ଷ ହେଇଥିଲେ ବି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ଅନ୍ତରୀଣ ବଜେଟ ୨୦୨୪-୨୫ରେ କୃଷି, ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା, ମନରେଗା ଏବଂ ଗ୍ରାମୀଣ ଋଣ ପ୍ରଦାନ କ୍ଷେତ୍ର ପାଇଁ ଅନୁଦାନ ଅତ୍ୟନ୍ତ ନୈରାଶ୍ୟ ଜନକ । ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା, ମଣ୍ଡିକୁ ଜାତୀୟ ଡିଜିଟାଲ ବଜାର ସହିତ ସଂଯୋଗ, ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଘୋଷଣା, ପିଏମ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଇତ୍ୟାଦି ପାଇଁ ହୋଇଥିବା ଅର୍ଥ ଅନୁଦାନକୁ ହିସାବ କଲେ ଆବଶ୍ୟକତା ଅନୁଯାଇ ଏହି ସବୁ ଘୋଷଣା ଫମ୍ପା ଆବାଜ ବୋଲି ଓଡିଶା କୃଷକ ସଭା ଦାବି କରିଛି । କୃଷି ଏବଂ ତତ୍ ସମ୍ପର୍କୀୟ କ୍ଷେତ୍ରଗୁଡିକୁ ୨୦୨୩-୨୪ ରିଭାଇଜଡ଼ ବଜେଟ ଠାରୁ ୬%କାମ ରହିଛି ଏବଂ ୨୦୨୨-୨୪ ଠାରୁ ୨୨.୩% ଅନୁଦାନ କମିଛି । ଦୁଗ୍ଧ ଏବଂ ପଶୁ ସଂପଦ ବିକାଶ ପାଇଁ ୨୦୨୨-୨୩ ପ୍ରକୃତ ଖର୍ଚ୍ଚକୁ ତୁଳନା କଲେ ୨୬% ଅନୁଦାନ କମିଛି । ୨୦୨୪-୨୫ର ରିଭାଇଜଡ଼ ବଜେଟକୁ ହିସବକୁ ନେଲେ ୧୪% ଅନୁଦାନ କମିଯାଇଛି । ମୂର୍ତ୍ତିକା ସଂରକ୍ଷଣ ପାଇଁ ୨୦୨୩-୨୪ ରିଭାଇଜଡ଼ ବଜେଟକୁ ହିସାବ କଲେ ୭.୭% ଅନୁଦାନ କମିଛି । ଖାଦ୍ୟ ସଂରକ୍ଷଣ ଓ ଭଣ୍ଡାରଣ ପାଇଁ ୨୦୨୨-୨୩ର ପ୍ରକୃତ ଖର୍ଚ୍ଚକୁ ହିସାବ କଲେ ୨୪% ଅନୁଦାନ କମିଛି । ସମବାୟ କ୍ଷେତ୍ରରେ ୨୦୨୨-୨୩ର ପ୍ରକୃତ ଖର୍ଚ୍ଚ ଠାରୁ ୩୫% ଅନୁଦାନ କମା ଯାଇଛି । ଗ୍ରାମୀଣ ବିକାଶ କ୍ଷେତ୍ରରେ ସାମଗ୍ରିକ ଭାବେ ୫% ଅନୁଦାନ କମିଛି । ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ ପାଇଁ ମାତ୍ର ୨୧ଲକ୍ଷ ଟଙ୍କା ଅନୁଦାନ ଦିଆ ଯାଇଛି । ୯୯% ଅର୍ଥ ଅନୁଦାନ କମାଯାଇଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ କୌଣସି ଅନୁଦାନ ବୃଦ୍ଧି ହୋଇନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୨୩-୨୪ର ରିଭାଇଜଡ଼ ବଜେଟକୁ ହିସାବ କଲେ ୫୬% ଅନୁଦାନ କମିଛି । ୨୦୨୩-୨୪ ରିଭାଇଜଡ଼ ବଜେଟକୁ ହିସାବକୁ ନେଲେ ଖାଦ୍ୟ ନିରାପତ୍ତାରେ ୩.୩%, ସାରରେ ୧୩.୨% ,ଏଲ ପି ଜିରେ ୨.୬%, ଅନ୍ୟାନ୍ୟ ରିହାତିରେ ୩% ଅନୁଦାନ କମା ଯାଇଛି । ମୋଟାମୋଟି ଭାବେ ଏମ୍ ଏସ ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ୨+୫୦% ସୂତ୍ର ଅନୁଯାୟୀ ସବୁ କୃଷିଜାତ ଦ୍ରବ୍ୟର ଏମ୍ ଏସ ପି ପ୍ରଦାନ ପାଇଁ ଆଇନ ଗତ ଗ୍ୟାରେଣ୍ଟି ଏବଂ ଫସଲ ସଂଗ୍ରହ ପାଇଁ ଆବଶ୍ୟକ ଅର୍ଥ ଅନୁଦାନ କ୍ଷେତ୍ରରେ ବଜେଟ ସମ୍ପୂର୍ଣ ନିରବ ରହିଛି । କୃଷକର ଆୟ ବୃଦ୍ଧି, ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ଗରିବ ଏବଂ ମଧ୍ୟମ ଚାଷୀଙ୍କ ଋଣ ଛାଡ, ଗ୍ରାମୀଣ ରୋଜଗାର ପାଇଁ ମନରେଗା ଯୋଜନାରେ ଅନୁଦାନ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ବଜେଟ ଚାଷୀ, ଗ୍ରାମୀଣ ଶ୍ରମିକ ଏବଂ ବେକାର ଯୁବକ ଯୁବତୀମାନଙ୍କୁ ହତାଶ କରିଛି । କ୍ରମାଗତ ଭାବେ କୃଷି କୃଷକ, ଗ୍ରାମୀଣ କ୍ଷେତ୍ର ପ୍ରତି ସରକାର ବଜେଟ କମାଇବାର ନୈରାଶ୍ୟଜନଙ୍କ ଚିତ୍ର ଦେଖିବାକୁ ମିଳିଛି । ୨୦୧୪ ଏବଂ ୧୯ ନିର୍ବାଚନରେ ନରେନ୍ଦ୍ର ମୋଦି ଦେଶର ଅନ୍ନଦାତା କୃଷକମାନଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କଲେନାହିଁ । ଚାଷୀର ଆୟ ଦୁଇଗୁଣା କରିବା, ଋଣ ଛାଡ କରିବା, ଏମ୍ ଏସ ପି ଲାଗୁ କରିବା ପ୍ରତିଶ୍ରୁତିକୁ ସେ ଏଡେଇ ଯାଇଛନ୍ତି । ବରଂ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ ର ତଥ୍ୟ ଅନୁଯାୟୀ ୨୦୧୪-୨୩ ମଧ୍ୟରେ ୧୦୦୪,୭୪ କୃଷକ ଆତ୍ମହତ୍ୟା କରିଛନ୍ତି । ବୃହତ ଶିଳ୍ପପତି ମାନଙ୍କୁ ୯ବର୍ଷ ମଧ୍ୟରେ ୧୦ଲକ୍ଷ କୋଟି ଟଙ୍କା ଟିକସ ରିହାତି ଦେବା ସାଙ୍ଗକୁ ୧୪.୫୬ଲକ୍ଷ କୋଟି ଟଙ୍କା ଅନାଦେୟ ଋଣ ଛାଡ କରିଛନ୍ତି । ଆକାଶ ଛୁଆଁ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ଚଳିତ ବଜେଟରେ କୌଣସି ବ୍ୟବସ୍ଥା ହୋଇନାହିଁ । ଏହା ଏକ କର୍ପୋରେଟ ସପକ୍ଷ ବାଦୀ, ଚାଷୀ ଓ ଗରିବ ବିରୋଧୀ ବଜେଟ ବୋଲି ଓଡ଼ିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା ସଭାପତି ଗୟାଧର ଧଳ ଏବଂ ସମ୍ପାଦକ ବିଜୟ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ବିଶ୍ୱ ଓଡ଼ିଆ ସମ୍ମିଳନୀ -୨୦୨୪ : ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଭାଷାସଂସ୍କୃତିକୁ ଶକ୍ତିଶାଳୀ କରିବ

Sat Feb 3 , 2024
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ସାରା ରାଜ୍ୟର କୋଣ ଅନୁକୋଣରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ କୁ ଶକ୍ତିଶାଳୀ ଓ ଅଧିକ ରୁଦ୍ଧିମନ୍ତ କରିବ ଅନ୍ୟଥା ଭାଷା ଦୁର୍ବଳ ହେଲେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ପରମ୍ପରା ଦିଗହରା ହୋଇପଡ଼ିବାର ଆଶଙ୍କା ରହିଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବିଶ୍ୱ ଓଡ଼ିଆ […]

KANIKA