କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ବରିଷ୍ଠ ନାଗରିକ ପରିଚୟ ପତ୍ର ବିତରଣ ସମାରୋହ



କେନ୍ଦ୍ରାପଡ଼ା, ୯ା୩: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ କେନ୍ଦ୍ରାପଡା ପୋଲିସ ପ୍ରଶାସନ ସହଯୋଗରେ ଆଜି କେନ୍ଦ୍ରାପଡାର ମାଧପୁରସ୍ଥିତ ଅମର ଉଦ୍ୟାନ ମଣ୍ଡପ ସଭାଗୃହରେ ପରିଚୟ ପତ୍ର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବରିଷ୍ଠ ନାଗରିକ ମଞ୍ଚର ସ୍ଥାୟୀ ସଭାପତି ଅକ୍ଷୟ କୁମାର ମହାନ୍ତି ଅଧ୍ୟକ୍ଷତାରେ ଟାଉନଥାନା ଅଧିକାରୀ ଓ ସଦରଥାନା ଅଧିକାରୀଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଡା. ଶରତ ଚନ୍ଦ୍ର ସ୍ୱାଇଁ, ଡା. ବିଜୟ କୁମାର ଦାସ, ଶରତ ଚନ୍ଦ୍ର ମହାନ୍ତି ଓ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ସଭାକୁ ସୁଚାରୁ ରୂପେ ପରିଚୟ ପତ୍ର ପ୍ରଦାନରେ ସହଯୋଗ କରିବା ସହିତ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ, ଟାଉନ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ପ୍ରଭାସ ଚନ୍ଦ୍ର ଦାସ, ଅକ୍ଷୟ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ଟାଉନ ଥାନା ଅଧିକାରୀ ବରିଷ୍ଠ ନାଗରିକମାନଙ୍କୁ ସମସ୍ତ ଆଇନଗତ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସଭାରେ ୧୪୨ଜଣ ବରିଷ୍ଠ ନାଗରିକଙ୍କୁ ଟାଉନଥାନା ଅଧିକାରୀ ଓ ସଦରଥାନା ଅଧିକାରୀ ପରିଚୟ ପ୍ରଦାନ କରିଥିଲେ । ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ସଭାପତି ଆଲୋକପାତ କରିଥିଲେ । ଉକ୍ତ ସମାରୋହକୁ ଶୈଳେନ୍ଦ୍ର ନାରାୟଣ ମହାନ୍ତି, ରବିନ୍ଦ୍ର ନାଥ ବାରିକ, ପ୍ରହଲ୍ଲାଦ ମଲ୍ଲ, ବୈଷ୍ଣବ ଚରଣ ପ୍ରଧାନ, ଫକୀର ଚରଣ ଖଟୁଆ, ଅଦ୍ୱୈତ କୁମାର ଦାସ, ପରମାନନ୍ଦ ସେଠୀ, ସୁବାଷ ଚନ୍ଦ୍ର ଦାସ, ଜଗମୋହନ ହୋତା, ନରୋତ୍ତମ ଜେନା, ନିତ୍ୟାନନ୍ଦ ସୁଆର, ଡା. ନିରଞ୍ଜନ ପରିଡା, ଡା. ରମାନାଥ ମହାନ୍ତି, ମନୋଜ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅକ୍ଷୟ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାପତି ସଭାସାଙ୍ଗ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ଆସୋସିଏସନ ବୈଠକ

Sat Mar 9 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ପୁରାତନ ଛାତ୍ର ଛାତ୍ରୀମାନଙ୍କଠାରୁ ଆର୍ôଥକ ସହଯୋଗ, ସାଧାରଣ ପରିଷଦ ବୈଠକ ଡାକିବା ଓ କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ […]

You May Like