କେନ୍ଦ୍ରାପଡ଼ା, ୧୩ା୩: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ କେନ୍ଦ୍ରାପଡ଼ା ଇଛାପୁର ସାମଗୁଡ଼ିଆ ନିକଟସ୍ଥ ନବନିର୍ମିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି । ଭବିଷ୍ୟତ ପାଇଁ ବଡ଼ଶକ୍ତିଭାବେ ଉଭା ହୋଇଥିବା ସଶକ୍ତ ଯୁବଶକ୍ତି ଗଠନ ପାଇଁ କ୍ରୀଡ଼ା ଭିତିଭଭୂମିର ବିକାଶ ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୬ଗୋଟି ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ଉଦ୍‌ଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ […]

କେନ୍ଦ୍ରାପଡ଼ା, ୧୩ା୩ : ଦୈତାରୀ ପାରାଦୀପ ଜାତୀୟ ରାଜପଥ ଯାଜପୁର ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ପାରାଦୀପ ପର୍ଯ୍ୟନ୍ତ ଯାଇଅଛି । ହରିଦାସପୁର–ପାରାଦୀପ ରେଳପଥ ଦୈତାରୀ -ପାରାଦୀପ ଜାତୀୟ ରାଜପଥର ବାମ ପାର୍ଶ୍ୱରେ ଯାଇଅଛି । ଦୈତାରୀ-ପାରାଦୀପ ରାସ୍ତା ୪ ଲେନ ବିଶିଷ୍ଟ ଥିଲା । ଏହାକୁ ସରକାର ଏବେ ୮ ଲେନ ବିଶିଷ୍ଟ କରୁ ଅଛନ୍ତି ଓ ଏହି କାର୍ଯ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇ ଦୋଷିଆ ପଂଚାୟତର ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ଘନିଷ୍ଠ ସହଯୋଗୀ ଦୁର୍ଯ୍ୟୋଧନ ରାଉତଙ୍କର ପରଲୋକ ହୋଇଯାଇଛି । ଦୋଷିଆ ସରପଞ୍ଚ ଭାବେ ପଂଚାୟତ ବିକାଶରେ ଦୁର୍ଯ୍ୟୋଧନଙ୍କ ଯଥେଷ୍ଟ ଅବଦାନ ଥିଲା । ଜଣେ ମିଷ୍ଠଭାଷା ଓ ମେଳାପୀ ବ୍ୟକ୍ତିତ୍ୱ ଭାବେ ଯଥେଷ୍ଟ ଲୋକପ୍ରିୟତା ଅର୍ଜନ କରିଥିଲେ। ଖବର ପାଇଁ ରାଜନଗର ପୂର୍ବତନ ବିଧାୟକ ତଥା ବିଜେଡି ଯୁବନେତା ଅଂଶୁମାନ ମହାନ୍ତି […]

ଓଡିଶା ପ୍ରଗତିର ସାରଥୀ ମହିଳାମାନଙ୍କୁ ପ୍ରତି କ୍ଷେତ୍ରରେ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରତି ବ୍ଲକରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ମଂଜୁର କରିଛନ୍ତି ବୋଲି ଆଜି ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ ବ୍ଲକର ନବ ନିର୍ମିତ ମିଶନଶକ୍ତି ଗୃହକୁ ଉଦଘାଟନ କରି ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଓ ରାଜନଗର […]

କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ନିଜର ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହେବା ପରେ ପଟ୍ଟାମୁଣ୍ଡାଇ କଂଗ୍ରେସରେ ନେତୃତ୍ୱ ସଂକଟ ସୃଷ୍ଟି ହୋଇଛି । ପି ସି ସି ସଭାପତି ଶରତ ପଟନାୟକଙ୍କ ନିର୍ଦେଶରେ କଂଗ୍ରେସର ପୁରୁଣା ବରିଷ୍ଠ ନେତାମାନେ ଏକାଠି ହୋଇ କଂଗ୍ରେସ ସଂଗଠନକୁ ସଜାଡ଼ିବା ଆରମ୍ଭ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ପୁରୁଣା କଂଗ୍ରେସ ନେତାମାନେ […]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ୱରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ […]

କେନ୍ଦ୍ରାପଡ଼ା, ୧୨ା୩: ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ଭାବେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ସୟଦ ସତ୍ତାରଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସୟଦ ଅବଦୁଲ ସତ୍ତାର ଗତ ୨୦୦୮ରୁ ୨୦୨୩ […]