ପିସିସି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ହେଲେ କେନ୍ଦ୍ରାପଡାର ସୟଦ ଅବଦୁଲ ସତ୍ତାର

PCC MINORITY DEPTT.RA GENERAL SECRETARY HELE KENDRAPARARA SAYAD ABDUL SATTAR-min

କେନ୍ଦ୍ରାପଡ଼ା, ୧୨ା୩: ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ଭାବେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ସୟଦ ସତ୍ତାରଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସୟଦ ଅବଦୁଲ ସତ୍ତାର ଗତ ୨୦୦୮ରୁ ୨୦୨୩ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଭାବେ ସୂଚାରୁ ରୂପେ ଦଳର ସାଂଗଠନିକ କାର୍ଯ୍ୟ କରିଆସୁଛନ୍ତି । ଏତଦବ୍ୟତିତ ଦଳର ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳ ଏବଂ ଧରଣୀଧର ନାୟକ କେନ୍ଦ୍ରାପଡା ଲୋକସଭା ପାଇଁ ଦଳର ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ସୟଦ ସତ୍ତାର ଦଳର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ଦଳ ସପକ୍ଷରେ ସଂଗଠିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ଭାବେ ଦଳ ପକ୍ଷରୁ ମନୋନିତ ହୋଇଥିବାରୁ ସୟଦ ସତ୍ତାର ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଂଖ୍ୟାଲଘୁମାନଙ୍କୁ ସଂଗଠିତ କରି ପିସିସି ନିର୍ଦେଶ ରେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି । ଏହି ନିଯୁକ୍ତି ପାଇଁ ସୟଦ ସତ୍ତାର ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍‌ଗେ, ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଇମ୍ରାନ ପ୍ରତାପ ଗଡି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ କୁମାର ପଟ୍ଟନାୟକ, ପିସିସି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ମହମ୍ମଦ ଜିଆଉଲ୍ ହକ୍ ଓ ପୂର୍ବତନ କେନ୍ଦ୍ରାପଡା ନଗରପାଳ ମହମ୍ମଦ ଆକବର ଅଲ୍ଲୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ପାଇବା ପରେ ସୟଦ ସତ୍ତାରଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ଦେଖାଯାଇଛି ।