ମେଣ୍ଟ ଚର୍ଚ୍ଚା ମଧ୍ୟରେ ଅମିତ ଶାହାଙ୍କ ବଡ଼ ବୟାନ , ରାଜନୀତିରେ ଫିଜିକ୍ସ କାମ ଦିଏନାହିଁ ; ୧ ଯୁକ୍ତ ୧ ସବୁବେଳେ ଦୁଇ ହୋଇନଥାଏ ବେଳେବେଳେ ଏହା ୧୧ ମଧ୍ୟ ହୋଇଥାଏ


ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ମେଂଟକୁ ନେଇ ଉଭୟ ଦଳର କର୍ମୀଙ୍କ ସହ ନେତା ଦ୍ୱନ୍ଦରେ ଥିବାବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୁରୁବାର ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର କାନକ୍ଳେଭର ଏକ ସାକ୍ଷାତକାରରେ ସେ କହିଛନ୍ତି ମେଂଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତି ନେଇନାହାନ୍ତି । ଓଡ଼ିଶାରେ ଭାଜପା କେମିତି ଆଗକୁ ବଢ଼ିବ ସେନଇ କାର୍ଯ୍ୟ କରୁଛୁ । ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି ।
ସେ କହିଛନ୍ତି ଓଡ଼ିଶାରେ ବିଜେଡି ସହ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ଅମିତ ଶାହା କହିଛନ୍ତି ଯେ ମୁଁ ବର୍ତ୍ତମାନ ଏହା ବିଷୟରେ କହିପାରିବି ନାହିଁ କାରଣ ଭାଜପା ସଭାପତି ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ନେତୃତ୍ୱ ଆମେ ସ୍ଥିର କରିନାହୁଁ । କିନ୍ତୁ ଫଳାଫଳ ଯାହା ହେଉନା କାହିଁକି, ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ ଆମେ ଉଭୟ ବିଧାନସଭା ଏବଂ ଓଡ଼ିଶାରେ ଲୋକସଭାରେ ଭାଜପାର ସ୍ଥିତିରେ ସୁଧାର ଆସିବ ।
ସେ ଆହୁରି କହିଛନ୍ତି ଯେ ରାଜନୀତିରେ ଫିଜିକ୍ସ କାମ ଦିଏନାହିଁ । ୧ ଯୁକ୍ତ ୧ ସବୁବେଳେ ଦୁଇ ହୋଇନଥାଏ । ବେଳେବେଳେ ଏହା ୧୧ ମଧ୍ୟ ହୋଇଥାଏ । ଶାହା କହିଛନ୍ତି ଯେ ହାର୍ଡକୋର ରାଜନୀତିରେ ଦର୍ଶନର ସ୍ଥାନ ନାହିଁ । ଏଥିରେ ହାରଜିତର ଗଣିତ ରହିଛି ।ଦଳୀୟ ଆଦର୍ଶ ଓ ବିଜୟ ସମ୍ଭାବନା, ଉଭୟକୁ ଦେଖି ମେଣ୍ଟ କରାଯାଏ ।
ଉଲ୍ଲେଖ ଥାଉ କି ବେଶ କିଛି ଦିନ ଧରି ରାଜ୍ୟ ରାଜନୀତିକୁ ଗୋଳିଆ କରି ରଖିଛି ଏହି ମେଣ୍ଟ ପ୍ରସଙ୍ଗ । ଉଭୟ ବିଜେଡି ଓ ଭାଜପା ଯେପରି ମେଣ୍ଟ ପ୍ରସଙ୍ଗରେ ସ୍ପଷ୍ଟତା ଆଣୁ ନାହାନ୍ତି, ତାହା ଉଭୟ ଦଳର ତୃଣମୂଳ ସ୍ତରରେ ଭୀଷଣ ଅସନ୍ତୋଷ ସୃଷ୍ଟି କରୁଛି । ଉଭୟ ଦଳ ପରସ୍ପର ବିରୋଧରେ ଲଢ଼ିବେ କି ଏକାଠି ଚାଲିବେ, ତାହା ଜାଣିପାରୁ ନାହାନ୍ତି । ଉଭୟ ଦଳର ବରିଷ୍ଠ ନେତାମାନେ ବି ମେଣ୍ଟ ସମ୍ପର୍କରେ କିଛି ଜାଣିପାରୁ ନଥିବାରୁ କର୍ମୀଙ୍କୁ ଉତର ଦେଇପାରୁ ନାହାନ୍ତି । ଫଳରେ ସାରା ରାଜ୍ୟରେ ଏକ ବିଚିତ୍ର ରାଜନୈତିକ ସ୍ଥିତି ସୃଷ୍ଟି ହୋଇଛି ।


Next Post

ଇଲୋକ୍ଟରଲ ବଣ୍ଡକୁ ନେଇ ଅମିତ ଶାହାଙ୍କ ବଡ ବୟାନ

Fri Mar 15 , 2024
  ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିଛି । ଏଥିରେ ଦେଶର ବିଭିନ୍ନ ପାର୍ଟିକୁ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ କେତେ ଟଙ୍କା ଦେଇଛି ସେନେଇ ସବୁ ତଥ୍ୟ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସୁପ୍ରିମଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରାଯିବାକୁ ନେଇ ଶାହା କହିଛନ୍ତି, ସେମାନଙ୍କୁ […]

KANIKA