ପେନସନ ପୋକ୍ଟେସନ ଦାବିରେ ସାମ୍ବାଦିକଙ୍କ ପ୍ରତିବାଦ


କେନ୍ଦ୍ରାପଡ଼ା,୧୫ା୩: କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ୟୁନିଅନ ଓୟୁଜେ ନିର୍ଦ୍ଦେଶରେ ସାମ୍ବାଦିକମାନଙ୍କୁ ପେନସନ ପ୍ରୋକ୍ଟେସନ ଦାବିରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି । ସରକାର ସବୁ ଶ୍ରେଣୀର ଲୋକମାନଙ୍କୁ ସହୟତାର ଯୋଜନା ଉପରେ ଯୋଜନା କରି ଆର୍ଥୀକ ସାହାର୍ଯ୍ୟ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଏଥିରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବଦିକ ୟୁନିଅନର ସଦସ୍ୟମାନେ ଆଜି କଳାବ୍ୟାଚ ପରିଧ୍ୟାନ କରି କେନ୍ଦ୍ରାପଡା ସହର ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ, ସୁବାସ, ବାବାସାହେବ ଆମ୍ବେଦକରଙ୍କ ପ୍ରତିମୃର୍ତ୍ତି ସମ୍ମୁଖରେ ନିଜର ହକ ପାଇଁ ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୟୁନିଅନର ସଭାପତି ପରେଶ ଦାସ, କେନ୍ଦ୍ରାପଡା ନଗର ଓ ବ୍ଲକ ସଭାପତି ରବି ନାରାୟଣ ପତି, ଗରଦପୁର ବ୍ଲକ ସଭାପତି ସୁବାସ ସାମଲ, ଦୁର୍ଗା ପ୍ରସାଦ ପତି, ସାବିର ଖାନ, ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, ପ୍ରଫୁଲ୍ଲ ସାହୁ, ନିଳାଦ୍ରୀ ଭୂଷଣ ତ୍ରିପାଠୀ, ଶେଖ ଅଞ୍ଜନ, ଡେରାବିଶ ବ୍ଲକ ସଭାପତି କରୁଣାକର କର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜ୍ୟୋତିମୟ ଜେନା, ଜିଲ୍ଲା ସଂଗଠନ ସମ୍ପାଦକ ଧିରେନ ମିଶ୍ର, ଲକ୍ଷ୍ମିକାନ୍ତ ନାୟକ ପ୍ରମୁଖ ସାମିଲ ହୋଇ ପ୍ରତିବାଦ କରି ନିଜର ଦାବି ଉପସ୍ଥାପନ କରିଥିଲେ ।


Next Post

ବାଜିଲା ନିର୍ବାଚନୀ ବିଗୁଲ୍ , ଘୋଷଣା ହେଲା ନିର୍ବାଚନ ତାରିଖ, ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ୍‌

Sat Mar 16 , 2024
ଭୁବନେଶ୍ୱର,୧୬ା୩: ବାଜିଲା ନିର୍ବାଚନୀ ବିଗୁଲ୍ । ଶନିବାର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ […]

You May Like