ଭାରତୀୟ ସ୍ଥଳସେନା ପକ୍ଷରୁ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅଗ୍ନିବୀର ଯୋଜନା ସମ୍ପର୍କରେ ସଚେତନତା ଶିବିର


କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ସ୍ଥଳସେନା ପକ୍ଷରୁ ଅଗ୍ନିବୀର ସ୍କିମ୍ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଏନ୍‌ସିସି ୟୁନିଟ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷକ ଭାବେ ଭାରତୀୟ ସ୍ଥଳସେନାର ମେଜର ଡ. ହିମନ୍ଦ୍ର ସିଂ, ସୁବେଦାର ଏମ୍‌.ଏମ୍‌. ରଏ, ସୁବେଦାର ଗୋପାଳ କାଲେ, ହାବିଲଦାର ଗଙ୍ଗାଧର ସ୍ୱାଇଁ, ଏନ୍‌ସିସି ଅଫିସର ସତ୍ୟରଞ୍ଜନ ମିଶ୍ର ଓ ସହଯୋଗୀ ଏନ୍‌ସିସି ଅଫିସର କ୍ୟାପ୍‌ଟେନ ସୀମା ମହାନ୍ତି ପ୍ରମୁଖ ଯୋଗଦେଇ ଏହି ଯୋଜନାର ଲକ୍ଷ୍ୟ, ଗୁରୁତ୍ୱ ଓ ଆବଶ୍ୟକତା ସମେତ ଅଗ୍ନିବୀର ସୈନିକମାନଙ୍କୁ କି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଏ ଏବଂ ଏଥିନିମନ୍ତେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥିତ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ପୌରସଂସ୍ଥା ପକ୍ଷରୁ ପଲିଥିନ୍ ବିରୋଧୀ ଅଭିଯାନ,ପଲିଥିନ୍ ଜବତକୁ ନେଇ ବ୍ୟବସାୟୀଙ୍କ ଦୁର୍ବ୍ୟବହାର

Sat Mar 16 , 2024
କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସହରର ତିନିମୁହାଣି ମାର୍କେଟ୍‌ରେ ପଲିଥିନ ବିରୋଧୀ ଅଭିଯାନ ଚାଲିଥିବା ବେଳେ ପଲିଥିନ ଜବତକୁ ନେଇ ଜନୈକ ବ୍ୟବସାୟୀ ପୌର କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପୌରସଂସ୍ଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଏମ୍‌ଏଚ୍‌ପିସି ସୁକାନ୍ତ ବିଶ୍ୱାଳ, ସାନିଟାରି ଏକ୍ସପର୍ଟ୍ ଓ ପୌର କର୍ମଚାରୀମାନେ ଟାଉନ ଥାନା ପୋଲିସ ଉପସ୍ଥିତିରେ ତିନିମୁହାଣୀ ମାର୍କେଟର […]

KANIKA