ମେଲାଣି ନେଉଛନ୍ତି ମା’ଜଗତଜନନୀ


ପଟ୍ଟାମୁଣ୍ଡାଇ ତା ୩/୧୦- -ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ଓ ଭସାଣି ଉତ୍ସବ ଲଘୁଚାପ ଜନିତ ଲଗାଣବର୍ଷା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଚଳିତବର୍ଷ ଶାରଦୀୟ ଦୁର୍ଗା ପୂଜା ଓ ଭସାଣି ଉତ୍ସବକୁ ଯାକଯମକରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପଟ୍ଟାମୁଣ୍ଡାଇ ବଣିକ ସଂଘ, ବିଭିନ୍ନ ପୂଜା କମିଟି ଓ ପ୍ରଶାସନ ପୁରା ଦମରେ ଲାଗିପଡିଥିଲେ । ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲେ ମଧ୍ୟରେ ପୋଖରୀଆପଡା ଦୁର୍ଗା, ବଙ୍ଗାଳି ଦୁର୍ଗା, ନୀଳମାଧବ, ଦଶ ଅବତାର, ମହାବୀର ପ୍ରଭୃତି ମେଢ଼ ସାଜସଜ୍ଜା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ପଟ୍ଟାମୁଣ୍ଡାଇ ଦୂର୍ଗାପୂଜାର ସାରା ଓଡିଶାରେ ସ୍ୱତନ୍ତ୍ର ସୁନାମ ରହିଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ପଟ୍ଟାମୁଣ୍ଡାଇ ଦୂର୍ଗାପୂଜାର ନିଆରା ଆକର୍ଷଣ ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ମୁଁହା କରିଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ପ୍ରତ୍ୟେକ ଘରେ ଘରେ ଉତ୍ସବ ଲାଗି ରହିବା ସହିତ ବନ୍ଧୁ ପରିଜନକୁ ନେଇ ଘର ପୁରି ଉଠିଥିଲା । ଚଳିତବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦୂର୍ଗା ପୂଜା ଉତ୍ସବର ମାହୋଲ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ତେବେ କୌଣସି ପ୍ରକାଶ ଷଷ୍ଠି, ସପ୍ତମୀ, ଅଷ୍ଟମୀ ଭଲରେ କଟିଥିବା ବେଳେ ନବମୀ ଦିନ ସାମାନ୍ୟ ବର୍ଷା ଓ ଦଶମୀ ଦଶହରା ଦିନ ଲଗାଣ ବର୍ଷା ପୂଜା ଉତ୍ସବର ମାହୋଲକୁ ବିଗାଡି ଦେଇଥିଲା । ପ୍ରାୟତଃ ପଟ୍ଟାମୁଣ୍ଡାଇରେ ନବମୀ ଓ ଦଶମୀ ଦିନ ପ୍ରବଳ ଜନ ଗହକି ହୋଇଥାଏ । ଲୋକମାନେ ବର୍ଷାରେ ଭିଜି ଭିଜି ବିଭିନ୍ନ ମେଢ଼ ଦର୍ଶନ କରିଥିଲେ । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଧନେଶ୍ୱର ଦାସ ସନାତନ ବିଶ୍ୱାଳ, ଅଭୟ ଜେନା ଲଷ୍ମୀଧର ବାରିକ ପ୍ରମୁଖ ତାଙ୍କ ସମର୍ଥକ ଙ୍କ ସହିତ ବିଭିନ୍ନ ମେଢ଼ ଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଜନସାଧାରଣ ଙ୍କୁ ଶାରଦୀୟ ଅଭିନନ୍ଦନ ଜ୍ଞାପନ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, କାଉନ ସିଲର ପ୍ରଶାନ୍ତ ବାରିକ,ପୂର୍ବତନ କାଉନସିଲର ଶ୍ରୀକାନ୍ତ ରାଉତ ସରପଞ୍ଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ, ଯୁବନେତା ବାବନ ସାହୁ, ଦିଲ୍ଲୀପ ସେଠୀ, ଅଭିରାମ ସ୍ୱାଇଁ ପ୍ରମୁଖ ବହୁ ସମର୍ଥକ ଙ୍କ ସହିତ ପଟ୍ଟାମୁଣ୍ଡାଇର ବିଭିନ୍ନ ମେଢ଼ ବୁଲି ଭଗବାନଙ୍କ କୃପା ଭିକ୍ଷା କରିବା ସହିତ ଜନସାଧାରଣ ଙ୍କୁ ଶାରଦୀୟ ଅଭିନନ୍ଦନ ଜ୍ଞାପନ କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ବେହେରା ବ୍ଲକ ଉପା ଧକ୍ଷା ଜୟନ୍ତୀ ସ୍ୱାଇଁ, ଯୁବନେତା ମିଟୁ ମନୋଜ ନାୟକ, ସୁରେଶ ସାହୁ କାଉନସିଲର ବିଦ୍ୟାଧର ସେଠୀ ସୁଶାନ୍ତ ଦାସ, ପ୍ରମୋଦ ସାହୁ, ସଞ୍ଜୟ ସ୍ୱାଇଁ, ପିତାମ୍ବର କର ଓ ଦେବାଶିଷ ମଲିକ, ଶିଶିର ମଲିକ ପ୍ରମୁଖ ନିଜ ସମର୍ଥକଙ୍କ ସହିତ ବିଭିନ୍ନ ମେଢ଼ ପରିଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରି ବା ସହିତ ଜନସାଧାରଣଙ୍କୁ ଶାରଦୀୟ ଅଭିନନ୍ଦନ ଜ୍ଞାପନ କରିଥିଲେ ।କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ଓ ପୌର ପରିଷଦ କାଉନସିଲରମାନେ ବିଭିନ୍ନ ମେଢ଼ ପରିଦର୍ଶନ କରିଥିଲେ ।ଦଶହରା ଦିନ ପୋଖରୀଆପଡା ଦୂର୍ଗା ପୂଜା କମିଟି ପକ୍ଷରୁ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲାI ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାବଣ ଶରୀରରେ ଅଗ୍ନି ସଂଯୋଗ କରିଥିଲେ । ଏହି ରାବଣ ପୋଡି ଉତ୍ସବକୁ ମିଟୁ ଦାଶ, ପ୍ରଦୀପ ତ୍ରିପାଠୀ ଓ ମିଟୁ ପଣ୍ଡା ପ୍ରମୁଖ କମିଟିର ବହୁ ସଦସ୍ୟ ପରିଚାଳନା କରିଥିଲେ । ପୋଖରୀଆପଡା ଦୂର୍ଗା ପୂଜା କମିଟି ପକ୍ଷରୁ ଦୁଇ ଦିନ ବ୍ୟାପି ମେଲୋଡି ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ସହରରେ ବଙ୍ଗାଳୀ ଦୁର୍ଗା, କଚେରୀ ଦୁର୍ଗା,ଗୃହଲଷ୍ମୀ ପୋଖରୀଆପଡା ଦୁର୍ଗା, ମା ଶାରଳା ମହାବୀର,ନୀଳକଣ୍ଠେଶ୍ଵର ଲକ୍ଷ୍ମୀନାରାୟଣ, ରାମIଭିଷେକ, ନିତାଇ ଗାୈର, ହରଗାୈରୀ, ଲକ୍ଷ୍ମୀବରାହ, ମା’ ଗାୟତ୍ରୀ, ମା’ ସନ୍ତୋଷୀ,ଦଶ ଅବତାର, ମା’ ଅନ୍ନପୂର୍ଣ୍ଣା, ହରିହର ଭେଟ ନୀଳମାଧବ, ସୂର୍ଯ୍ୟଦେବତା, ନୃସିଂହନାଥ,କୃଷ୍ଣ ବଳରାମ, ବାଳ ହନୁମାନ,ବନଦୂର୍ଗା, ରାଧାକୃଷ୍ଣ, ଗଙ୍ଗାମାତା, ପୋଖରୀଆପଡା ମଙ୍ଗଳା ଆଦି ୨୬ଟି ମେଢ଼ ପୂଜା ପାଇଥିଲେ । ଆଜି ଲଘୁଚାପଜନିତ ଲଗାଣ ବର୍ଷା ସତ୍ୱେ ସକାଳ ୯ଘଟିକା ଠାରୁ ବିଭିନ୍ନ ଦେବା ଦେବୀଙ୍କ ମେଢ଼ ବିସର୍ଜନ ପାଇଁ ବିଭିନ୍ନ ବଜା ବାଣ, ଘଣ୍ଟ, ଆଧୁନିକ ବାଦ୍ୟ ଯନ୍ତ୍ରାଂଶ ସହିତ ଶୋଭାଯାତ୍ରାରେ ବିସର୍ଜନ ଘାଟ କୁ ଯାଇଥିଲେ । ଲଗାଣ ବର୍ଷା ଯୋଗୁଁ ଭସାଣି ଉତ୍ସବ ପ୍ରଭାବିତ ହୋଇ ଥିଲା । ପ୍ରତ୍ୟେକ ଦେବା ଦେବୀ ଙ୍କ ମୂର୍ତ୍ତି ଜରିରେ ଘୋଡା ଯାଇଥିଲା । ରାତି ୯ଟା ସୁଦ୍ଧା ଅଧିକାଂଶ ମେଢ଼ ବିସର୍ଜନ ଘାଟ ଅଭିମୁଖେ ଯାଇଥିଲା । ପଟ୍ଟାମୁଣ୍ଡାଇ ସହରର ଦୁର୍ଗା ପୂଜା ଉତ୍ସବକୁ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପଟ୍ଟାମୁଣ୍ଡାଇ ଏସ ଡି ପି ଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ପଇଁତରା ମାରିବା ସହିତ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।  ଏହାଛଡା ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ତରଡ଼ିପାଳ, ଅମୃତମଣୋହି,ଚୌଦକୁଲାଟ ନୀଳକଣ୍ଠପୁର, ମାଳିପୁର, କଣ୍ଟାବଣ, ମଦନପୁର ଆଦି ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସତ୍ୱେ ଶାରଦୀୟ ଦୂର୍ଗା ପୂଜା ଓ ଭସାଣି ଉତ୍ସବ ଶାନ୍ତି ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି ।


Next Post

ଜିଲ୍ଲା ବୋଇତବନ୍ଦାଣ ସମିତି କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ

Fri Oct 3 , 2025
କେନ୍ଦ୍ରାପଡ଼ା,୩ା୧୦:ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଗୋପସ୍ଥିତ ଜାଭିଅର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢିକରଣ କରାଯାଇଥିଲା। ଏଥିସହିତ ୨୦୨୪ର କର୍ମକର୍ତ୍ତାମାନଙ୍କୁ ଚଳିତ ବର୍ଷ ପାଇଁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଗଲା। ନୂତନ ଭାବରେ ଡ. ଚୈତନ୍ୟ ଚରଣ ପରିଡା, ନିରଞ୍ଜନ ବେହେରା, ଅବଧୂତ ରାଉତ, ପ୍ରତିମା ପ୍ରଧାନ ଓ ଶୈଳବାଳା […]

KANIKA