ତୁଳସୀକ୍ଷେତ୍ର ଇସି ମହାସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର , ଦାବି ପୁରଣ ନହେଲେ ଅନଶନ ସହ ଭୋଟ ବର୍ଜନ ନିଷ୍ପତ୍ତି


କେନ୍ଦ୍ରାପଡ଼ା,୨୨ା୩: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ପଞ୍ଚାୟତର ତୁଳସୀକ୍ଷେତ୍ର ଇସି ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟାମାନଙ୍କ ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପଞ୍ଚାୟତ ମହାସଂଘର ଏମ୍‌ବିକେ ଅଧିକାରୀଙ୍କ ବିଭିନ୍ନ ମନମୁଖୀ କାର୍ଯ୍ୟକଳାପ ବିଷୟରେ କାର୍ଯ୍ୟକାରିଣୀ ସଦସ୍ୟାମାନେ ବ୍ଲକ ଅଧିକାରିଣୀଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା ଅଧିକାରୀମାନଙ୍କ ପକ୍ଷରୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେଣୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି, ଦୀର୍ଘ ୧୪ ମାସ ହେବ ସେମାନଙ୍କୁ ଦରମା ମିଳିନାହିଁ, ମହାସଂଘର ବୈଠକରେ କୌଣସି ରିଜଲ୍ୟୁସନ ନ ନିଆଯାଇ ସଦସ୍ୟାମାନଙ୍କ ଠାରୁ ଦସ୍ତଖତ ନିଆଯାଉଛି, ମହାସଂଘର ଅଫିସ ଗୃହ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଟଙ୍କା ଆସିଥିଲେ ମଧ୍ୟ ମିଥ୍ୟା ବିଲ୍ କରି ଟଙ୍କା ଶୋଷଣ କରାଯାଉଛି, ପଞ୍ଚାୟତ ତରଫରୁ ମହାସଂଘର ଅଫିସ କାଗଜ ପତ୍ର ରଖିବା ପାଇଁ ଦିଆଯାଉଥିବା ଆଲମାରୀରେ ଅଫିସ କାଗଜ ପତ୍ର ନ ରଖାଯାଇ ବ୍ୟକ୍ତିଗତ ଘରେ ରଖାଯାଇ ବିଭିନ୍ନ ପ୍ରକାର ଅନିୟମତତା କାର୍ଯ୍ୟ କରାଯାଉଛି । ସଦସ୍ୟାମାନଙ୍କୁ ତାଲିମ ପାଇଁ କିମ୍ବା କୌଣସି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସୁଥିବା କାର୍ଯ୍ୟକୁ କରାନଯାଇ ବେଆଇନ କାର୍ଯ୍ୟ କରାଯାଉଛି । ପଞ୍ଚାୟତର ସମିତି ସଭ୍ୟା ପଦବୀରେ ଥିବା ବ୍ୟକ୍ତିଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରଖାଯାଇଛି । ସଂଘର ୨୬ ଜଣ ସଦସ୍ୟା ଥିବାବେଳେ ମାତ୍ର ୧୮ଟି ବ୍ଲେଜର ଦିଆଯାଇଛି । ଏଣୁ ଏହି ଅଭିଯୋଗର ସଠିକ ଭାବେ ତଦନ୍ତ କରାଯାଇ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଦସ୍ୟାମାନେ ଦାବି କରିଛନ୍ତି । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ବ୍ଲକର ୨୪ଟି ପଞ୍ଚାୟତର ଇସି ସଦସ୍ୟାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ସହିତ ଭୋଟ୍ ବର୍ଜନ କରିବାକୁ ସଭାନେତ୍ରୀ ଅର୍ଚ୍ଚନା ନାୟକ, ମମତା ମହାରଣା, ବନ୍ଦନା ବାରିକ, ସବିତା ଜେନା, କଳ୍ପନା ନାୟକ, ଜାନକୀ ନାୟକ, ଚନ୍ଦ୍ରକଳା ମହାନ୍ତିଙ୍କ ସମେତ ମହାସଂଘର ବହୁ ସଦସ୍ୟ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।


Next Post

ରୋଗୀଙ୍କୁ ଘୃଣ୍ୟ ଓ କଠୋର ବ୍ୟବହାର , ଡାକ୍ତରଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Fri Mar 22 , 2024
କେନ୍ଦ୍ରାପଡ଼ା,୨୨ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ପି.ଏଚ୍‌.ସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାଧାରଣ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ତାଙ୍କର ବଦଳି ପାଇଁ ଭାଗବତପୁର ପଞ୍ଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଦୁର୍ବ୍ୟବହାର ଦ୍ୱାରା ସାଧାରଣ ଜନତା ଅତିଷ୍ଣୁ ହୋଇପଡିଲେଣି । ଗତ ୨୧ତାରିଖ ଗୁରୁବାର ଦିନ ସକାଳେ ଭାଗବତପୁର ଜଣେ ରୋଗୀ ରାମଚନ୍ଦ୍ର ବାରିକ ଚିକିତ୍ସା ପାଇଁ ପି.ଏଚ୍‌.ସି ଆସିଥିଲେ । କିନ୍ତୁ ଚିକିତ୍ସା […]

KANIKA