ପୁନର୍ବାସ ପକ୍ଷରୁ ସଚେତନତାଧର୍ମୀ ଚିତ୍ରାଙ୍କନ ପ୍ରତିଯୋଗିତା



କେନ୍ଦ୍ରାପଡା ୩୦/୧୧- ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ତଥା ସମ୍ବେଦନଶୀଳତା ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ୱେଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଏକ ସଚେତନତାଧର୍ମୀ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଡିସେମ୍ବର ମାସ ୩ ତାରିଖକୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ସମାଜର ଭିନ୍ନକ୍ଷମବର୍ଗଙ୍କ ପ୍ରତି ଏକ ସମାବେଶୀ ଦୃଷ୍ଟିକୋଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭିନ୍ନକ୍ଷମମାନଙ୍କୁ ଥେରାପି ସେବା ତଥା ସେମାନଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଏହିପରି ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇ ଆସୁଅଛି। ଚଳିତ ବର୍ଷ ଚିତ୍ରାଙ୍କନ ନିମନ୍ତେ ବିଷୟ “ଏକ ସମ୍ମିଳିତ ସମାଜର ଚିତ୍ର” ରଖା ଯାଇଥିଲା। ଯେଉଁଥିରେ ସାଧାରଣ ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ବ୍ୟତୀତ ସ୍ୱତନ୍ତ୍ର ସ୍କୁଲରେ ଶିକ୍ଷାଗ୍ରହଣ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଉପଦେଷ୍ଟା ବିରଜା ରାଉତରାୟ, ଉପ ସଭାପତି -ଜ୍ୟୋତିରଞ୍ଜନ ନାୟକ, କୋଷାଧକ୍ଷ -ଶିବଚରଣ ସାମଲ, ସଭ୍ୟ -ମହମ୍ମଦ ଜାହିଦ୍ ଖାନ୍‌, ସ୍ୱପ୍ନାଂଶୁ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାକୁ ସଂଜୀବ କୁମାର ଜେନା, ଗୌତମ ବେହେରା, କେଦାରନାଥ ବାରିକ,ରାଜେନ୍ଦ୍ର ମହାପାତ୍ର, ପ୍ରଭାତ ସାମଲ ଓ ସଂଗ୍ରାମ ନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ବିଚାରକ ଭାବେ ଫଟୋଶିଳ୍ପୀ ରଶ୍ମିରଞ୍ଜନ ବାରିକ ଦାୟିତ୍ୱ ନିର୍ବାହ କରିଥିଲେ।


Next Post

ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାରଙ୍କ ବାର୍ଷିକ ଉତ୍ସବ

Mon Dec 1 , 2025
ପଟ୍ଟାମୁଣ୍ଡାଇ. ତା ୧/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଧାନେଶ୍ୱରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାର ୧ମ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି I ବାଲୁଙ୍କେଶ୍ୱର ମହାରୁଦ୍ର ପୀଠର ପିଠାଧୀଶ ତପନ କୁମାର ଓଝାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗଗନ ମହାଳିକ, ରତିକାନ୍ତ ଧଳ, ପ୍ରସନ୍ନ ରାଉତ, କବି ନୃସିଂହ ରାଉତ ରାଉତ, ସରୋଜ ଧଳ, ସୁକାନ୍ତି ନାଥଶର୍ମା,ଦେବାଶିଷ ଧଳ, ଅନିମା […]

KANIKA