ରାଜନୈତିକ ଦଳ ପାଇଁ କାମ କରିବା ନିର୍ବାଚନ ଦାୟୀତ୍ୱରୁ ଅବ୍ୟାହତି ଅଭିଯୋଗ


କେନ୍ଦ୍ରାପଡ଼ା, ୨୩ା୩: ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ନିମନ୍ତେ କାର୍ଯ୍ୟ କରିବା ଉଦେଶ୍ୟରେ ୩ଜଣ କଲେଜ କର୍ମଚାରୀଙ୍କୁ ନିର୍ବାଚନ ଦାୟୀତ୍ୱରୁ ଅବ୍ୟାହତି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର କର୍ମଚାରୀମାନଙ୍କ ଏକ ନାମ ତାଲିକା ନିର୍ବାଚନ ଡ୍ୟୁଟି ପାଇଁ କଲେଜ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ଆସିଛି । କିନ୍ତୁ ଏହି ତାଲିକାରେ ଜାଣିଶୁଣି ଅଧ୍ୟାପକ ହଳଧର ବେହେରା, ଅଧ୍ୟାପକ ପ୍ରିୟରଞ୍ଜନ ବେହୁରିଆ ଓ କିରାଣୀ ସୁଧିର କୁମାର ବାରିକଙ୍କ ନାମ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିମନ୍ତେ ଚଳିତ ନିର୍ବାଚନରେ କାର୍ଯ୍ୟ କରିବାକୁ ପ୍ରତିଶୃତି ବଦ୍ଧ ହୋଇଥିବାରୁ ସେମାନଙ୍କ ନାମକୁ ନିର୍ବାଚନୀ ଡ୍ୟୁଟି ତାଲିକାରୁ କାଟି ଦିଆଯାଇଥିବା ସୁମନ୍ତ କୁମାର ସିଂ, ଦେବରାଜ ଦାସ, ସୁବଳ କୁମାର ପାତ୍ର, ତ୍ରିନାଥ ବାରିକ, ସବ୍ୟସାଚୀ ସ୍ୱାଇଁ ପ୍ରମୁଖ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading