ରାଜନୈତିକ ଦଳ ପାଇଁ କାମ କରିବା ନିର୍ବାଚନ ଦାୟୀତ୍ୱରୁ ଅବ୍ୟାହତି ଅଭିଯୋଗ


କେନ୍ଦ୍ରାପଡ଼ା, ୨୩ା୩: ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ନିମନ୍ତେ କାର୍ଯ୍ୟ କରିବା ଉଦେଶ୍ୟରେ ୩ଜଣ କଲେଜ କର୍ମଚାରୀଙ୍କୁ ନିର୍ବାଚନ ଦାୟୀତ୍ୱରୁ ଅବ୍ୟାହତି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର କର୍ମଚାରୀମାନଙ୍କ ଏକ ନାମ ତାଲିକା ନିର୍ବାଚନ ଡ୍ୟୁଟି ପାଇଁ କଲେଜ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ଆସିଛି । କିନ୍ତୁ ଏହି ତାଲିକାରେ ଜାଣିଶୁଣି ଅଧ୍ୟାପକ ହଳଧର ବେହେରା, ଅଧ୍ୟାପକ ପ୍ରିୟରଞ୍ଜନ ବେହୁରିଆ ଓ କିରାଣୀ ସୁଧିର କୁମାର ବାରିକଙ୍କ ନାମ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିମନ୍ତେ ଚଳିତ ନିର୍ବାଚନରେ କାର୍ଯ୍ୟ କରିବାକୁ ପ୍ରତିଶୃତି ବଦ୍ଧ ହୋଇଥିବାରୁ ସେମାନଙ୍କ ନାମକୁ ନିର୍ବାଚନୀ ଡ୍ୟୁଟି ତାଲିକାରୁ କାଟି ଦିଆଯାଇଥିବା ସୁମନ୍ତ କୁମାର ସିଂ, ଦେବରାଜ ଦାସ, ସୁବଳ କୁମାର ପାତ୍ର, ତ୍ରିନାଥ ବାରିକ, ସବ୍ୟସାଚୀ ସ୍ୱାଇଁ ପ୍ରମୁଖ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।


Next Post

ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : କଂଗ୍ରେସର ଗ୍ୟାରେଣ୍ଟି- ସୁଖି ଓଡିଶା ସମୃଦ୍ଧ ଓଡିଶା

Sat Mar 23 , 2024
କେନ୍ଦ୍ରାପଡ଼ା, ୨୩ା୩: ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ କଂଗ୍ରେସର ଇସ୍ତାହାର ହେଉଛି କଂଗ୍ରେସର ପବିତ୍ର ପ୍ରତିଶୃତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କଂଗ୍ରେସ ଦଳ ଏକ ସୁଖୀ […]

KANIKA