ଗୋଚର ଜମିରେ ବେଆଇନ ନିର୍ମିତ ଗୋଷ୍ଠିକେନ୍ଦ୍ରର ବିଲ ପେମେଣ୍ଟ ପାଇଁ ମସୁଧା


କେନ୍ଦ୍ରାପଡ଼ା, ୨୩ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବାସନ୍ତୀ ଦେବୀ ମନ୍ଦିର ନିକଟରେ ଥିବା ଏକ ଗୋଚର ଜମି ଉପରେ “ଆମ ଗାଁ ଆମ ବିକାଶ ଯୋଜନାରେ ଗତ ୨୦୧୯ମସିହାରେ ୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ବେଆଇନ ଭାବରେ ଏକ ଗୋଷ୍ଠିକେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂପୃକ୍ତ କାର୍ଯ୍ୟଟିକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ନିର୍ବାହ କରାଯାଉଥିବାରୁ ଏସମ୍ପର୍କରେ ତତକାଳୀନ ଜିଲ୍ଲାପାଳ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଡବ୍ଲୁପିସି ନଂ- ୫୮୯୩/ ୨୦୨୦ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ତତକାଳୀନ ଜିଲ୍ଲାପାଳଙ୍କ ନିର୍ଦେଶରେ ତହସିଲଦାର ବେଆଇନ ନିର୍ମାଣାଧୀଣ ଗୋଷ୍ଠିକେନ୍ଦ୍ର ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦେଶ ଦେଇଥିଲେ । ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳକୁ ଯାୟୀ ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ ପରେ ସେହି ବେଆଇନ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଗଲା । ତେଣୁ ସେହି ଅର୍ଦ୍ଧନିର୍ମିତ ଗୃହର ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ସହ ବିଲ ପେମେଣ୍ଟକୁ ମଧ୍ୟ ବନ୍ଦ କରାଯାଇଥିଲା । କିନ୍ତୁ ବର୍ତ୍ତମାନର ମଣ୍ଡଳ ଉନ୍ନୟନ ଅଧିକାରୀ ସେହି ଗୋଚର ଜମିକୁ ଲିଜ ନେବା ପାଇଁ ତହସିଲଦାରଙ୍କ ନିକଟରେ ଆବେଦନ କରିବା ପରେ ତହସିଲଦାର ଏସମ୍ପର୍କରେ ଏକ ପବ୍ଲିକ ନୋଟିସ ଜାରିକରି ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଆହ୍ୱାନ କଲେ । କିନ୍ତୁ ସେହି ନୋଟିସଟି ଭରତପୁର ରାଜସ୍ୱ ସର୍କଳକୁ ପଠାଇ ସାଧାରଣ ଲୋକଙ୍କୁ ଜଣାଇବା ବଦଳରେ କେବଳ ତହସିଲ କାର୍ଯ୍ୟାଳୟର ନୋଟିସ ବୋର୍ଡରେ ଝୁଲାଇ ଦିଆଗଲା । ଏତେସବୁ ପରେବି ଏସମ୍ପର୍କରେ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ ପହଞ୍ଚିଲା । ହାଇକୋର୍ଟଙ୍କ ନିର୍ଦେଶ, ପ୍ରାକ୍ତନ ଜିଲ୍ଲାପାଳ ଓ ତହସିଲଦାରଙ୍କ ଆଦେଶକୁ ଲୁଚାଇ ଦିଆଯାଇ ବେଆଇନ ଭାବେ ସେହି ଗୋଚର ଜମିକୁ ବିଡିଓ କେନ୍ଦ୍ରାପଡାଙ୍କୁ ଦିଆଯିବାକୁ କରାଯାଇଥିବା ସମସ୍ତ ମସୁଧା ଫସର ଫାଟିଯିବା ପରେ ଏବେ କେନ୍ଦ୍ରାପଡା ବିଡିଓ ସେହି ନିର୍ମାଣ ବନ୍ଦ କରାଯାଇଥିବା ଅର୍ଦ୍ଧନିର୍ମିତ ଗୃହର ବିଲ କରିଦେବାକୁ ମସୁଧା ଚଳାଇଥିବା ଅଭିଯୋଗ ହୋଇଚି । କାରଣ ଦୁଇଦିନ ପୂର୍ବରୁ ବ୍ଲକର କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସେହି ଅର୍ଦ୍ଧନିର୍ମିତ ଗୃହର ମାପଚୂପ କରି ଆସିଥିବା ଅଭିଯୋଗ ହୋଇଛି । ଏନେଇ ମଧୁସୁଦନ ମଳିକ, ଚନ୍ଦ୍ରକାନ୍ତ ସ୍ୱାଇଁ, ଫକିର ପାତ୍ର, ସୁମନ୍ତ ନାୟକ, ଗୁରୁବାରୀ ବେହୁରା, ସୁକାନ୍ତ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

 


Next Post

ବିଶ୍ୱ ଜଙ୍ଗଲ ଦିବସ ପାଳିତ

Sat Mar 23 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ଉପ୍ରା ବିଦ୍ୟାଳୟରେ ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରମୋଦ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ନିରାକାର ସେଠୀ, ସିଆରସିସି ଏମ ଡି ମସିଉଲ୍ଲା, ପୂର୍ବତନ ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ସତ୍ୟବ୍ରତ ରାଉତ ଓ ସହକାରୀ ଶିକ୍ଷକ କବି ଅନ୍ତର୍ଯ୍ୟାମୀ ବେଜ ଯୋଗ ଦେଇ ପରିବେଶ ସୁରକ୍ଷା […]

KANIKA