
ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ୬୩ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି I ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଜୟହିନ୍ଦ ହାଇସ୍କୁଲର ଜୟଯାତ୍ରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ I କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧକ୍ଷା ଲିଲିତା ଦାସ ମୁଖ୍ୟବକ୍ତା, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ମୋ ସ୍କୁଲ କମିଟି ଅଧକ୍ଷ ତଥା ପୂର୍ବତନ ବ୍ଲକ ଅଧକ୍ଷ ମାନସ ରଞ୍ଜନ ସାମଲ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, କେନ୍ଦ୍ରାପଡ଼ା ବ୍ଲକ ପ୍ରାକ୍ତନ ବି ଇ ଓ ପାବନୀ କୁମାର ରାଉତ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଦ୍ଧ ବାରିକ, ପେଣ୍ଠପାଳ ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ ଓ ସ୍କୁଲ ପରିଚାଳନା କମିଟି ସଭାପତି ଅଲେଖ ମଲିକ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ I ପଣ୍ଡିତ ପ୍ରଭାତ ଆଚାର୍ଯ୍ୟ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ I ଶିକ୍ଷୟତ୍ରୀ ବିଜୟଲଷ୍ମୀ ଦାଶ ବିବରଣୀ ପାଠ କରିଥିଲେ I କ୍ରୀଡା ଶିକ୍ଷୟତ୍ରୀ କାମିନୀ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସିନିଅର ବାଳକ ଚମ୍ପିୟାନ ମନୋରଞ୍ଜନ ସୂତାର ଓ ବାଳିକା ଚମ୍ପିୟାନ ଅର୍ପିତା ସେଠୀ, ଜୁନିଅର ବାଳକ ଚମ୍ପିୟାନ ଆୟୁଷ ରାଉତ ଓ ବାଳିକା ଚମ୍ପିୟାନ ଇତିସ୍ମିତା ମଲିକଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିବା ସହିତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ I ଶେଷରେ ସହକାରୀ ଶିକ୍ଷୟତ୍ରୀ ବିଶ୍ୱକଲ୍ୟାଣୀ ଓଝା ଧନ୍ୟବାଦ ଦେଇଥିଲେ I ଏହି ଉତ୍ସବକୁ ସହକାରୀ ଶିକ୍ଷକ ଉମା ଶଙ୍କର ସାହୁ ନିଶିକାନ୍ତ ନାୟକ, ରବୀନ୍ଦ୍ର ନନ୍ଦୀ, ହରପ୍ରିୟା କର, ଶୁଭଲଷ୍ମୀ ଜେନା ପରିଚାଳନା କରିଥିଲେ I











