ଟାୱାର ଯନ୍ତ୍ରାଂଶ ନେଇ ଯାଉଥିବା ଟ୍ରକ ଜବତ, ପୋଲିସ ତଦନ୍ତ


ମୋବାଇଲ ଟାୱାର ନିର୍ମାଣ ଯନ୍ତ୍ରାଂଶ ନେଇ ଯାଉଥିବା ଏକ ଟ୍ରକକୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୋଲିସ ସନ୍ଦେହରେ ଅଟକ ରଖି ଛାନଭିନ୍ ଆରମ୍ଭ କରିଛି । ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଟାୱାର ଯନ୍ତ୍ରାଂଶ ନେଇ ଏପି ୩୯ ୟୁଜେ ୨୪୪୫ନଂ ଟ୍ରକ କଟକ /ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ଠାରେ ସ୍ଥାନୀୟ ପୋଲିସ ସନ୍ଦେହରେ ଅଟକ ରଖି ଛାନଭିନ ଆରମ୍ଭ ସହ କାଗଜପତ୍ର ଯାଂଚ କରୁଛି । ତେବେ ଟ୍ରକଟି ରାଜକନିକା ଅଂଚଳରୁ ମୋବାଇଲ ଟାୱାର ଯନ୍ତ୍ରାଂଶ ନେଇ କଟକ ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।


Next Post

ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଟେଲେ ସର୍ଚ ପରୀକ୍ଷା (କେ.ଟି.ଏସ୍‌)-୨୦୨୪ ଅନୁଷ୍ଠିତ

Sun Mar 24 , 2024
କେନ୍ଦ୍ରାପଡା ୨୪/୩: ଆଜି ତା. ୨୪.୦୩.୨୦୨୪ (ରବିବାର) କେନ୍ଦ୍ରାପଡ଼ାର ଅଗ୍ରଣୀ ଅନୁଷ୍ଠାନ ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଟେଲେଣ୍ଟ ସର୍ଚ ପରୀକ୍ଷା (କେ.ଟି.ଏସ୍‌)-୨୦୨୪, କେନ୍ଦ୍ରାପଡ଼ା ଗୋପସ୍ଥିତ ଜାଭିୟର ହାଇସ୍କୁଲରେ ସକାଳ ୯ଘଟିକାରେ ଅନୁଷ୍ଠିତ ହୋଇଥିଲା । ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ବିଭିନ୍ନ ସମୟରେ ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷା ପ୍ରଚାର ପ୍ରସାର ନିମନ୍ତେ ସଦା ସର୍ବଦା ଚେଷ୍ଟିତ । ଏହି ଟ୍ରଷ୍ଟ ତରଫରୁ ବିଗତ ଦିନରେ ଶିକ୍ଷା […]

You May Like