
ମୋବାଇଲ ଟାୱାର ନିର୍ମାଣ ଯନ୍ତ୍ରାଂଶ ନେଇ ଯାଉଥିବା ଏକ ଟ୍ରକକୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୋଲିସ ସନ୍ଦେହରେ ଅଟକ ରଖି ଛାନଭିନ୍ ଆରମ୍ଭ କରିଛି । ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଟାୱାର ଯନ୍ତ୍ରାଂଶ ନେଇ ଏପି ୩୯ ୟୁଜେ ୨୪୪୫ନଂ ଟ୍ରକ କଟକ /ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ଠାରେ ସ୍ଥାନୀୟ ପୋଲିସ ସନ୍ଦେହରେ ଅଟକ ରଖି ଛାନଭିନ ଆରମ୍ଭ ସହ କାଗଜପତ୍ର ଯାଂଚ କରୁଛି । ତେବେ ଟ୍ରକଟି ରାଜକନିକା ଅଂଚଳରୁ ମୋବାଇଲ ଟାୱାର ଯନ୍ତ୍ରାଂଶ ନେଇ କଟକ ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।











