କେନ୍ଦ୍ରାପଡ଼ା, ୨୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂରତି ସ୍ଥାପନ ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଶ୍ରୀକ୍ଷେତ୍ର ପୁରୀର ପଣ୍ଡିତ ପଦ୍ମନାଭ ତ୍ରିପାଠୀଶର୍ମା, ପଣ୍ଡିତ ଭୁବନେଶ୍ୱର ତ୍ରିପାଠୀଶର୍ମା, ମୁକ୍ତିମଣ୍ଡପର ପଣ୍ଡିତ ମହେନ୍ଦ୍ରନାଥ ଷଡଙ୍ଗୀ ଓ ପଣ୍ଡିତ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶନିବାର ଯଜ୍ଞାଧିବାସ, ମଣ୍ଡଳକରଣ, ଅଙ୍କୁରାରୋପଣ, ଦେବତା ଗର୍ଭାଧାନ କାର୍ଯ୍ୟକ୍ରମ ଶେଷ କରିଥିବା ବେଳେ ଆଜି ପ୍ରାତଃ ୮ଟାରେ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପ୍ରବେଶ, ଦେବତା ଆବାହନ, ଅଗ୍ନିସ୍ଥାପନ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଛି । ସୋମବାର ଦେବତା ମହାସ୍ନାନ ଓ ଅଷ୍ଟପ୍ରହର ଅଧିବାସ, ଶୟନ, ହବନ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ ପରେ ମଙ୍ଗଳବାର ନାମଯଜ୍ଞ, ଦେବତା ମହାନ୍ୟାସ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବ । ବୁଧବାର ସୂର୍ଯ୍ୟପୂଜା, ଗୋପୂଜା, ଶାଲାସର୍ବଦେବତା ପୂଜା, ସର୍ବଦେବତା ହବନ, ବିଜେ ବିଗ୍ରହଙ୍କ ନଗର ପରିକ୍ରମା, ଅପରାହ୍ନ ୩ଟା ୪୫ମିନିଟରେ ଦେବତା ମନ୍ଦିର ପ୍ରବେଶ, ସନ୍ଧ୍ୟାରେ ପୂର୍ଣ୍ଣାହୁତି, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ ପୂର୍ବକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ କରାଯିବ ବୋଲି ସାନମାଣିତିଆ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
kanikanews.in
Next Post
ସାଗରବେଳା ମହୋତ୍ସବର ୨ୟ ସଂନ୍ଧ୍ୟା
Mon Mar 25 , 2024
କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ସାଗରବେଳା ମହୋତ୍ସବ ପଚଂମ ସଂସ୍କରଣର ଦ୍ୱିତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ସଭାପତି ଡାକ୍ତର ଅଭୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ କ୍ଷୀରୋଦ କୁମାର ମଲ୍ଲିକ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ବରେଣ୍ୟ ଅତିଥି ଭାବେ ବ୍ରାହ୍ମାବଧୂତ ଅଭୟ ବାବା, ମୁଖ୍ୟବକ୍ତା ଭାବେ ବ୍ରହ୍ମାବଧୂତ ଚିତ ବାବା ପ୍ରଦୀପ […]

You May Like
- 6 months ago
କନ୍ଧା ଚାଷୀଙ୍କ ମହାସମାବେଶ , ହକ୍ ପାଇଁ ଚାଷୀ ହେଲେ ଏକ
- 7 months ago
ସଂସାରଫଳ ବାସୁଦେବ ମଠ ରେ ହରିବଂଶ,ପ୍ରବଚନଜ୍ଞାନଯଜ୍ଞ
- 7 months ago
ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜନଗର ବିଜେଡିରୁ ୨ ନିଲମ୍ବିତ
- 2 years ago
୫୧ବର୍ଷରେ ମଢିଆଳ କାର୍ତ୍ତିକେଶ୍ୱର ପୂଜା