୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଏପ୍ରିଲ ୧୯ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ସହ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭, ଚତୁର୍ଥ ପର୍ଯ୍ୟାୟ ମେ ୧୩, ପଞ୍ଚମ ପର୍ଯ୍ୟାୟ ମେ ୨୦, ଷଷ୍ଠ ପର୍ଯ୍ୟାୟ ମେ ୨୫ ଓ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଜୁନ୍ ୧ରେ ମତଦାନ ହେବ ।ଏଥିପାଇଁ ବିଭିନ୍ନ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଆରମ୍ଭ କରିସାରିଛନ୍ତି । ଓଡ଼ିଶାରୁ କେଉଁମାନେ ଲୋକସଭା ନିର୍ବାଚନ ଲଢ଼ିବେ ସେମାନଙ୍କ ନାମ ଘୋଷଣା କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତାଲିକାରେ ୯ଜଣଙ୍କ ନାମ ରହିଥିବା ବେଳେ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ବିଜେଡି ପ୍ରାର୍ଥୀ ବାଛିଥିବା କୁହାଯାଉଛି ।ବିଜେଡିର ପ୍ରାର୍ଥୀ ତାଲିକା ଦେଖିବାକୁ ଗଲେ କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, କଳାହାଣ୍ଡିରୁ ଲମ୍ବୋଦର ନିଆଲ ପ୍ରାର୍ଥୀ ହୋଇଥିବା ବେଳେ ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡରୁ ଦିଲୀପ ତିର୍କି, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, ନବରଙ୍ଗପୁରରୁ ପ୍ରଦୀପ ମାଝି, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକାକା ଏବଂ ଆସ୍କାରୁ ରଂଜିତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
kanikanews.in
Next Post
ଗୁଲନଗର ପଞ୍ଚାୟତରେ ଭାଗବତ ପାରାୟଣ ଓ ଦୋଳ ମହୋତ୍ସବ ।
Wed Mar 27 , 2024
କେନ୍ଦ୍ରାପଡା,ତା୨୭/୩-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବୁଢାଗୋବିନ୍ଦଜୀଉ ମନ୍ଦିର ପରିସରରେ ୪୨ତମ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ମାର୍ଚ୍ଚ ୧୯ତାରିଖ ମଙ୍ଗଳବାର ଠାରୁ ୨୫ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାରଦିନ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦଜୀଉଙ୍କ ନିକଟରେ ନୂତନ ପାଞ୍ଜିକା ପଠନ କରାଯିବା ପରେ ଶ୍ରୀମଦ୍ ଭଗବତ ଗୀତା ଘୃତଯଜ୍ଞ କରାଯାଇ ପାରାୟଣ ଉଦ୍ଯାପନ କରାଯାଇଥିଲା । ଏହାପରେ ଦୋଳପୂର୍ଣ୍ଣିମାଠାରୁ ପାଞ୍ଚଦିନ […]

You May Like
- 11 months ago
ବିଦ୍ୟାଳୟର ସାତୋଟି ଶ୍ରେଣୀରେ ଜଣେ ଶିକ୍ଷକ
- 2 years ago
ବ୍ଲକସ୍ତରୀୟ ମିଶନ ଶକ୍ତି ଋଣ ପ୍ରଦାନ ମେଳା
- 1 year ago
ବିଜେପି ମହିଳା ମୋର୍ଚ୍ଚାର୍ର ସାମ୍ବାଦିକ ସମ୍ମିଳନୀ