କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ

ZILAPALANKA KARJYALAYA STAFF COMMITEE PAKSHYARU RAKTADANA SIBIRA-min


କେନ୍ଦ୍ରାପଡ଼ା,୧ା୧: ବିଶ୍ୱଶାନ୍ତି ପ୍ରାର୍ଥନା ଦିବସର ମୁଖ୍ୟ କେନ୍ଦ୍ର ପୁରାଣ ପ୍ରସିଦ୍ଧ ତୁଳସୀ କ୍ଷେତ୍ର। ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଜାନୁଆରୀ ୧ ତାରିଖ ଦିନ କେନ୍ଦ୍ରାପଡ଼ା ଦିବ୍ୟଜୀବନସଂଘ ପକ୍ଷରୁ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ଅତି ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି।ମହାମନ୍ତ୍ର ମୃତ୍ୟୁଞ୍ଜୟ ମନ୍ତ୍ର, ନାରାୟଣ ମନ୍ତ୍ର, ଦେବୀମନ୍ତ୍ର ଜପ ସହିତ ବିଶ୍ୱ ପ୍ରାର୍ଥନା ଆବୃତ୍ତିି କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଓ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ଯୋଗଦେଇ ପ୍ରାର୍ଥନା ଦିବସର ମହତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ। ଶିବାନନ୍ଦ ଭଜନ ଗଙ୍ଗା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଶ୍ରମର ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ଶତପଥୀ, ଅଧ୍ୟାପକ ଅଜୟ ସାମଲ, ନିରଞ୍ଜନ ମେକାପ, ନୃସିଂହ ଚରଣ ତ୍ରିପାଠୀ, ମନୋରଞ୍ଜନ ତ୍ରିପାଠୀ, ବଳଦେବ ସେନା ମୁଖ୍ୟ ପପୁନ୍ ସ୍ୱାଇଁ, ରୀତାଞ୍ଜଳି ନାଥ, ଆଳିଜଙ୍ଗା ମାତୃ ସତ୍‌ସଙ୍ଗର ସଦସ୍ୟା ବୃନ୍ଦ ଏବଂ ବିଭିନ୍ନ ସାଂସ୍କୃତିକ ସଙ୍ଗଠନର ପ୍ରତିନିଧିଙ୍କ ସମେତ ପାଞ୍ଚଶହରୁ ଉର୍ଦ୍ଧ୍ୱ ସାଧାରଣ ଲୋକମାନେ ଉପସ୍ଥିତ ରହି ପ୍ରାର୍ଥନା କରିଥିଲେ। ବ୍ରହ୍ମଚାରୀ ନୃସିଂହ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। କଟକରୁ ଜଣେ ମହିଳା ଭକ୍ତ ଅର୍ଚ୍ଚନା ଗୋୟଙ୍କା ପ୍ରସାଦ ବିତରଣ ବ୍ୟବସ୍ଥା କରିଥିଲେ।