ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି: ୬ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା


ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବାହ୍ନରେ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ଟି ଲୋକସଭା ଏବଂ ୭୨ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଘୋଷଣାରେରେ ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଏବଂ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ଦଳ ପ୍ରାର୍ଥୀ କରିଛି । ଏହି ୬ ଆସନରେ ତିନିରେ ନୂଆ ମୁହଁଙ୍କୁ ପ୍ରାର୍ଥୀ କରାଯାଇଛି । ଗତ ଲୋକସଭା ନିର୍ବାଚନରେ ଭୁବନେଶ୍ୱରରୁ ପ୍ରତିଦ୍ୱନ୍ଦିତା କରିଥିବା ଅରୂପ ପଟ୍ଟନାୟକଙ୍କୁ ପୁରୀରୁ ଟିକେଟ୍ ମିଳିଛି । ନିକଟରେ ବିଜେଡିରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ରଙ୍କୁ କଟକରୁ ଟିକେଟ୍ ମିଳିଥିବା ବେଳେ ଢେଙ୍କାନାଳ ପାଇଁ ଅବିନାଶ ସାମଲଙ୍କ ଉପରେ ଦଳ ଭରସା କରିଛି । ଅନ୍ୟପଟେ ରାଜଶ୍ରୀ ମଲ୍ଲିକ, ଅଚ୍ୟୁତ ସାମନ୍ତ ଏବଂ ଶର୍ମିଷ୍ଠା ସେଠୀଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ପାଇଁ ଲମ୍ବୋଦର ନିଆଲ, ସମ୍ବଲପୁର ପାଇଁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କି, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଶୁଂମାନ ମହାନ୍ତି, ନବରଙ୍ଗପୁର ପାଇଁ ପ୍ରଦୀପ ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକ୍‌କା ଏବଂ ଆସିକାରୁ ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି ।


Next Post

ବିଜେଡିର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ପ୍ରକାଶ , ଧ୍ରୁବ ବିଧାୟକ ଓ ଅଂଶୁମାନ ସାଂସଦ ପ୍ରାର୍ଥୀ ଘୋଷିତ, ପଟ୍ଟାମୁଣ୍ଡାଇ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ

Wed Mar 27 , 2024
ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ନିଜର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ବିଜେଡି ୧୫ ଜଣ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ୭୨ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏହି କ୍ରମରେ ବିଜେଡି ରାଜନଗର ବିଧାନସଭା ଆସନ ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା […]

KANIKA