ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ବିପଦସଂକୁଳ ବାତ୍ୟା ଆଶ୍ରୟସ୍ଥଳୀ ଉଛେଦ ଦାବି


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତିଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଲାଗି ରହିଥିବା ବିପଦସଂକୁଳ ବାତ୍ୟା ଆଶ୍ରୟସ୍ଥଳୀକୁ ଉଛେଦ କରାଯିବାକୁ ଦାବି ହୋଇଛି । ତିଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟାମାନେ ଏହି ବିପଦସଂକୁଳ ବାତ୍ୟା ଆଶୟସ୍ଥଳୀ ଉଚେଦ କରାଯିବାକୁ ଏକ ଦାବିପତ୍ର ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରଦାନ କରିଛନ୍ତି । ସଂପ୍ରତି ବର୍ଷ ବର୍ଷ ଧରି ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ତିଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୃହକୁ ଲାଗିଥିବା ବାତ୍ୟା ଆଶ୍ରୟସ୍ଥଳିଟି ଜରାଜୀର୍ଣ୍ଣ ଅବସ୍ଥାରେ ପହଁଚିଛି । ଏହି ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀର କୋଠା କୌଣସି ମୁହୂର୍ତରେ ଭୁଷୁଡି ପଡିବାର ସମ୍ଭାବନା ରହିଛି । ଏଥିରୁ କ୍ରମାଗତ ଭାବେ ସିମେଟଂ ଓ ଇଟାଖଣ୍ଡ ଖସୁଥିବାବେଳେ କୋମଳମତୀ ଛାତ୍ରଛାତ୍ରୀମାନେ କୌଣସି ମୁହୁର୍ତରେ ବିପଦ ମୁହଁରେ ପଡିବେ କହି ହେବାନାହିଁ । ଗତ ୩ ବର୍ଷ ଧରି ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ଉଚେଦ କରାଯିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଏଥି ପ୍ରତି କର୍ଣ୍ଣପାତ କରୁନଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜୀବନ ପ୍ରତି ବିପଦ ଥିବା ଏହି ବାତ୍ୟା ଆଶ୍ରୟସ୍ଥଳିକୁ ଆଗାମୀ ୭ ଦିନ ମଧ୍ୟରେ ଉଛେଦ କରାନଗଲେ ବିଦ୍ୟାଳୟ ତାଲା ପକାଇବା ସହିତ ରାସ୍ତାରୋକ ଆନ୍ଦୋଳନ କରାଯିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟା ଲିକାସ କୁମାର ମଲିକ, ମାନସ ରଞନ ମଳିକ, ବାନାମ୍ବର ମଳିକ, ଭାଗିରଥୀ ମଳିକ, ରବିନ୍ଦ୍ର ମଳିକ, କେଳି ମଳିକ ପ୍ରମୁଖ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।


Next Post

ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ତାଲିମପ୍ରାପ୍ତ ୨୦ଜଣଙ୍କୁ ନିଯୁକ୍ତି

Wed Nov 8 , 2023
କେନ୍ଦ୍ରାପଡ଼ା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍‌୍ରିକାଲ୍ ଟ୍ରେଡ୍‌ରେ ତାଲିମ୍ ସମାପ୍ତ କରିବା ପରେ ପୁଣି ୨୦ଜଣ ନିଯୁକ୍ତି ପାଇଛନ୍ତି । ଚେନ୍ନାଇସ୍ଥିତ ମଦରସନ୍ ସୁମି ପ୍ରାଇଭେଟ୍ ଲିମିଟେଡ୍‌ରେ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ସେମାନେ ଆଜି କେନ୍ଦ୍ରାପଡ଼ାରୁ ଚେନ୍ନାଇକୁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ସେମାନଙ୍କୁ ଶୁଭେଛା ଜଣାଇବା ସହ ଶୁଭକାମନା ଜ୍ଞାପନ […]