ମାତୃ ସତସଙ୍ଗର ବାର୍ଷିକ ଉତ୍ସବ


 

କେନ୍ଦ୍ରାପଡ଼ା ବ୍ଲକ ହରିହରାନନ୍ଦ ମାତୃଆଶ୍ରମ ପରିସରରେ “ଜ୍ଞାନପ୍ରଭା” ( gyana prava) ମିଶନ୍ ଆନୁକୂଲ୍ୟରେ ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଏକ ମାତୃ ସତ୍ ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ସହିତ ଗରାପୁରସ୍ଥିତ ଦିବ୍ୟ ଜୀବନସଂଘର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ସମର୍ପଣାନନ୍ଦ ଗିରି ଏବଂ ତ୍ରୀଜିବ ଦାସ ଯୋଗଦାନ କରି ମାତୃଶକ୍ତି ର ପରିବର୍ତ୍ତନ ରେ ସମାଜର ପରିବର୍ତ୍ତନ ସମ୍ଭବ ହୋଇପାରିବ ବୋଲି ଆଲୋକପାତ କରିଥିଲେ । ମାତୃଆଶ୍ରମର ସନ୍ନ୍ୟାସୀନି ସ୍ୱାମୀ ଗିରିଜାନନ୍ଦ ଗିରି ପ୍ରଥମେ ଅଭିଭାଷଣ ରଖିଥିବା ବେଳେ ସ୍ୱାମୀ ଜ୍ୟୋତିର୍ମୟାନନ୍ଦ ଗିରି ସଭାପରିଚାଳନା କରିଥିଲେ । ଜ୍ଞାନପ୍ରଭା ମିଶନ୍‌ର ଉପାଧ୍ୟକ୍ଷା ସ୍ୱାମୀ ଜ୍ଞାନସ୍ୱରୂପାନନ୍ଦ ଗିରି, ସମ୍ପାଦିକା ସ୍ୱାମୀ ସାରଦାନନ୍ଦ ଗିରି, ସ୍ୱାମୀ ସତ୍ୟମୟାନନ୍ଦ ଗିରି ଯୋଗଦାନ କରି ସହଯୋଗ କରିଥିଲେ ।


Next Post

ଡା.ସରେଜକାନ୍ତ କାନୁନଗୋଙ୍କ ୩୬ତମ ପୂଣ୍ୟତିଥି ପାଳନ

Fri Mar 29 , 2024
କେନ୍ଦ୍ରାପଡ଼ା, ୨୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ କାନୁଗୋ ଭବନରେ ବଳଦେବ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ସ୍ୱର୍ଗତ ଡା. ସରୋଜକାନ୍ତ କାନୁନଗୋଙ୍କ ୩୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାକୁ ବୟୋଜ୍ୟେଷ୍ଠ ବ୍ୟକ୍ତି ନିରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇ ପୂଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିସହିତ ଜଗଦିଶ […]

KANIKA