
କେନ୍ଦ୍ରାପଡ଼ା ୧୩/୪ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ସଂସାରଫଳ ଗ୍ରାମରେ ନୂତନ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ଅବସରରେ ଆଧ୍ୟାତ୍ମିକ ଭାବଧାରା ମଧ୍ୟରେ ପଣ୍ଡିତ ସୁନୀଲ କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ଚନ୍ଦ୍ରଶେଖର ଶତପଥୀ, ପଣ୍ଡିତ ଶିଶିର ଦାଶ, ପଣ୍ଡିତ ସୁଧାଂଶୁ ତ୍ରିପାଠୀ, ପଣ୍ଡିତ ନିରଞ୍ଜନ ତ୍ରିପାଠୀ ପ୍ରମୁଖ ବହୁ ପଣ୍ଡିତମଣ୍ଡଳୀ ଙ୍କ ମନ୍ତ ଧ୍ଵନି ମଧ୍ୟରେ ପ୍ରତିଷ୍ଠା ଉତ୍ସବର ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରାଯାଇଥିଲା I ଏଇ ଅବସରରେ ମନ୍ଦିର ନ୍ୟାସ,ଠାକୁର ବିଜେସ୍ଥଳୀ ପୂଜନ, ମନ୍ଦିର ଶିଖରରେ ହନୁମାନଜୀଉଙ୍କ ଚକ୍ର ଓ ପତାକା ସ୍ଥାପନ,୧୦୮ କଳସ ଶୋଭାଯାତ୍ରା, ନାମସଂକ୍ରିତନ,ହନୁମାନ ଚାଳିଶା ପାଠ, ପ୍ରବଚନ ସଭା ଆଦି ଆୟୋଜିତ ହୋଇଥିଲା I ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପଞ୍ଚମୁଖୀ ହନୁମାନ ପୂଜା କମିଟି ସଦସ୍ୟମାନେ ପରିଚାଳନା କରିଥିଲେ I











