ରାଜନଗର ନିର୍ବାଚନ ମଣ୍ଡଳୀ ;  ହାତ ଧରି ପାରନ୍ତି ଅଲେଖ !


ପଟ୍ଟାମୁଣ୍ଡାଇ ୧୬/୪ କଳ୍ପତରୁ ନାୟକ -ଉପକୂଳ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି । ବିଜୁ ଜନତା ଦଳ ବର୍ତମାନ ବିଧାୟକ ଧ୍ରୁବ ସାହୁଙ୍କୁ ଚଳିତ ନିର୍ବାଚନ ପାଇଁ ପୁଣିଥରେ ଭରସା କରି ଟିକେଟ ଦେଇଛନ୍ତି । ସେପଟେ ଧ୍ରୁବଙ୍କୁ ଟକ୍କର ଦେବା ପାଇଁ ଭାଜପା ମଙ୍ଗଳବାର ଲଳିତ ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ବିଧାୟକ ପାର୍ଥୀ ଘୋଷଣା କରିନାହିଁ । ତେବେ ପୂର୍ବତନ ବିଧାୟକ ଡ. ଅଲେଖ ଜେନା ଭାଜପା ଟିକଟରୁ ବଂଚିତ ହୋଇଥିବାରୁ ସେ ହାତ ଧରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଅଲେଖ ତାଙ୍କ ସମର୍ଥକଙ୍କ ସହିତ କଂଗ୍ରେସରେ ଯୋଗ ଦିଅନ୍ତି ତେବେ ରାଜନଗର ଚଳିତ ନିର୍ବାଚନରେ ତ୍ରିମୂଖୀ ଲଢେଇ ହେବ ବୋଲି ରାଜନୌତିକ ସମିକ୍ଷକ ମାନେ ମତକାଶ କରିଛନ୍ତି ।

ସେମାନେ କୁହନ୍ତି ଅଲେଖ ରାଜନଗରରୁ ୨୦୦୯-୨୦୧୪ ପର୍ଯ୍ୟନ୍ତ ବିଧାୟକ ଭାବେ ରହି ଜନସାଧାରଣଙ୍କ ପ୍ରୀୟପାତ୍ର ହୋଇପାରିଥିଲେ । ସେ ୨୦୧୯ ନିର୍ବାଚନରେ ଭାଜପାରୁ ପାର୍ଥୀ ହୋଇ ନିର୍ବଚନ ପରାଜୟ ହୋଇ ତୃତିୟ ସ୍ଥାନରେ ଥିଲେ । ମାତ୍ର ୨୦୧୯ ନିର୍ବାଚନରେ ମୁଖ୍ୟ ବିରୋଧି ଦଳ କଂଗ୍ରେସରୁ ଲଢି ପରାଜିତ ହୋଇଥିବା ଅଂଶୁମାନ ମହାନ୍ତି ଚଳିତ ନିର୍ବାଚନରେ ଦଳ ଛାଡି ବିଜେଡିରୁ ସାଂସଦ ପାର୍ଥୀଭାବେ ରଣାଗନରେ ଅବର୍ତିନ ଅଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଅଲେଖଙ୍କୁ ଭାଜପା ଅଣଦେଖା କରିଥିବାରୁ ସେ ଭାଜପା ଛାଡି କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି । ଚଳିତ ନିର୍ବାଚନରେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ବିଜେଡିରେ ଯୋଗ ଦେବାରୁ ରାଜନଗରରେ ବିରୋଧି ଶୁନ୍ୟ ହେଇଯାଇଛି ବୋଲି ବିଜେଡି ବିଶ୍ୱାସ କରି ୫୦ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଜିତିବା ଅଶାରଖି ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରୁଛନ୍ତି ।

ତେବେ କଂଗ୍ରେସ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ବିଧାନସଭା ହାତେଇଥିବା ବେଳେ ବର୍ତମାନ ଦଳର ନେତୃତ୍ୱ ସ୍ଥିତି ଏଠାରେ ସୁଦୃଢ଼ ନାହିଁ । ଯଦି ଅଲେଖ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେବେ ତେବେ ନିର୍ବାଚନ ମଣ୍ଡଳୀରେ ତ୍ରିମୂଖୀ ଲଢେଇ ହେବା ସହ କଂଗ୍ରେସ ଜିତିପାରେ ବୋଲି କଂଗ୍ରେସ ଲିଡରମାନେ ଆଶା ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ଅଂଶୁମାନ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେବା କଂଗ୍ରେସ ଭୋଟରଙ୍କୁ କୌଣସି ପ୍ରଭାବ ପଡିନାହିଁ ବୋଲି ସେମାନେ କହିଛନ୍ତି ।
ତେବେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ, ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ବିଗତ ଦିନରେ ନେତା ଜାତୀୟ ଓ ରାଜ୍ୟ ସ୍ତରରେ ଚର୍ଚ୍ଚାର ରହି ରହିଆସିଛନ୍ତି । ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ, ପୌରାଂଚଳର ୨୦ଟି ୱାର୍ଡ ଏବଂ ରାଜନଗର ବ୍ଲକର ୨୯ଟି ପଂଚାୟତକୁ ମିଶାଇ ଗଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨ଲକ୍ଷ ୬୨ ହଜାର ୫୭୭ ଜଣ ଭୋଟର ରହିଛନ୍ତ ବୋଲି ଡିଜିଟାଲ ମେଡିଆରୁ ସୂଚନା ମିଳିଛି ।


Next Post

ସ୍ୱନକ୍ଷତ୍ର ଦିବସ ପାଳିତ

Tue Apr 16 , 2024
କେନ୍ଦ୍ରାପଡ଼ା, ୧୬ା୪: ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ପୁରୁଷୋତ୍ତମପୁର ଗ୍ରାମର ବିଶିଷ୍ଟ ପ୍ରବଚକ ତଥା ଅବସରପ୍ରାପ୍ତ ଶିକ୍ଷକ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ଧର୍ମପତ୍ନୀ ରୁକ୍ମଣୀ ରଥଙ୍କର ୭୧ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଣ୍ଡିତ କଳ୍ପତରୁ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସେଥିରେ ମୁଖ୍ୟ ଅତିଥି ଭାବେ ବଳଦେବ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ […]

You May Like