ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା କ୍ୟାଡର ପୁନର୍ଗଠନ ଦାବି



କେନ୍ଦ୍ରାପଡ଼ା,୨୫ା୪: ଓଡିଶା ରାଜସ୍ୱ ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କ କେନ୍ଦ୍ରାପଡା ଜିଲ୍ଲାଗ୍ରସ୍ତ ପରିପ୍ରେକ୍ଷୀରେ ଓଡିଶା ରାଜସ୍ୱ ଅମଲା ସଂଘର କେତେକ ପୂରଣ ଅପେକ୍ଷାରେ ଥିବା ନାର୍ଯ୍ୟ ଦାବି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବେଷାମରିକ ଯୋଗାଣ କାର୍ଯ୍ୟାଳୟ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ଜିଲ୍ଲା ଯୋଜନା ଓ ସମନ୍ୱୟ ଏକକ କାର୍ଯ୍ୟାଳୟ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଓ ଅନ୍ୟ କେତେକ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ଦୈବୀ ଦୁର୍ବିପାକ, ବନ୍ୟା, ବାତ୍ୟା, ମହାମାରୀ, ନିର୍ବାଚନ ଓ ଜନଗଣନା ଭଳି ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଏଥିସହିତ ବିଭିନ୍ନ ପ୍ରକାର ସରକାରୀ ପ୍ରଣୀତ ଜନ ହିତକାରୀ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଉପରୋକ୍ତ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅମଲାମାନେ ଅହୋରାତ୍ର ସେବା ପ୍ରଦାନ କରିଥାନ୍ତି । ଓଡିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ବିଗତ ବର୍ଷମାନଙ୍କରେ ସରକାରଙ୍କୁ ବିଭିନ୍ନ ଦାବି ସଂକ୍ରାନ୍ତରେ ଲିଖିତ ମେମୋରାଣ୍ଡମ ଓ ବିଭିନ୍ନ ସମୟରେ ସମୂହ ଛୁଟି ଓ ଆନ୍ଦୋଳନ ଭଳି ପନ୍ଥା ଅବଲମ୍ବନ କରାଯାଇଥିଲେ ବି କନିଷ୍ଠ ରାଜସ୍ୱ ସହାୟକମାନଙ୍କ ଦରମା ବୃଦ୍ଧି ପ୍ରତି ଉଦାସୀନ ରହି ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା କ୍ୟାଡର ପୁନର୍ଗଠନ ନିମିତ୍ତ ଜିଏ ଆଣ୍ଡ୍ ପିଜି ଡିଇପିଟିଟି. ରିସଲୁସନ୍ ନଂ-୮୮୯୮ ତା୧୫ା୦୩ା୨୦୨୪ରିଖରେ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ କରାଯାଇନାହିଁ । ଅଧିକନ୍ତୁ ସେକସନ୍ ଅଫିସର ପଦବୀକୁ ପ୍ରମୋଶନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଫଳତଃ କର୍ମଚାରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ଓଡିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଶାଖା ନିମ୍ନୋକ୍ତ ଦାବି ପ୍ରତି ଅନୁଧ୍ୟାନ କରିବାକୁ ମନ୍ତ୍ରୀଙ୍କୁ କହିଛନ୍ତି । ସେଗୁଡିକ ହେଲା ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା କ୍ୟାଡର ପୁନର୍ଗଠନ ତ୍ୱରାନ୍ୱିତ କରାଯାଇ ପଦୋନ୍ନତି ଉପରେ ଜାରି କରାଯାଇଥିବା ସରକାରୀ ସ୍ଥଗିତାଦେଶ ପ୍ରତ୍ୟାହାର କରି ପଦୋନ୍ନତି ଭିତ୍ତିକ ପଦବୀଗୁଡିକର ତୁରନ୍ତ ପୂରଣ କରାଯିବା, କନିଷ୍ଠ ରାଜସ୍ୱ ସହାୟକମାନଙ୍କ ପଦୋନ୍ନତି ପାଇଁ ଉଲ୍ଲେଖ ଥିବା ରେସିଡେନ୍ସି ପିରିୟଡ୍ ୬ ବର୍ଷ ପରିବର୍ତ୍ତେ ୪ ବର୍ଷ କରାଯିବା, କ୍ୟାଡର ପୁନର୍ଗଠନ ଓ ପଦବୀ ମଞ୍ଜୁର ଭାବଦରେ ସମସ୍ତ ଜିଲ୍ଲାପାଳମାନେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଦେଇଥିବା ଚିଠିକୁ ଧ୍ୟାନଦେଇ କନିଷ୍ଠ ରାଜସ୍ୱ ସହାୟକ, ସହ ଉପ ବିଭାଗ ଅଧିକାରୀ, ଉପ ବିଭାଗ ଅଧିକାରୀ, ସଂସ୍ଥା ଅଧିକାରୀ, ବରିଷ୍ଠ ସଂସ୍ଥା ଅଧିକାରୀ ପଦବୀମାନ ସୃଷ୍ଟି କରାଯିବା, ଉକ୍ତ ପଦବୀ ସମ୍ପର୍କିତ ଓଏମଏସ ରୁଲ, ୨୦୧୯ମାନ ସଂଶୋଧନ ଅଣାଯିବା, ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା ଏବଂ ତାଙ୍କ ପରିବାରସଦସ୍ୟଙ୍କୁ ସରକାରୀ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଛି ।


Next Post

ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର ଉଦ୍‌ଘାଟିତ

Fri Apr 25 , 2025
କେନ୍ଦ୍ରାପଡ଼ା,୨୫ା୪: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ଆନୁକୂଲ୍ୟରେ ଇଚ୍ଛାପୁରସ୍ଥିତ ଶ୍ୟାମଗୁଡିଆ ଏବଂ ପଟ୍ଟାମୁଣ୍ଡାଇର ପୋଖରୀଆପଡାଠାରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିର ଚଳିତ ମାସ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୧ […]

KANIKA