ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ



କେନ୍ଦ୍ରାପଡ଼ା, ୧୭ା୪: ଆଜି ଓଡିଶାର ବରପୁତ୍ର, ପ୍ରବାଦ ପୁରୁଷ, ମହାନ ଜନନେତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ଦିବସ କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ପୌରାପାଳ ଧିରେନ କୁମାର ସାହୁଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଆଜି ସକାଳ ୭ଟା ବାଜି ୩୦ ମିନିଟ୍ ସମୟରେ ନୂଆବସ୍‌ଷ୍ଟାଣ୍ଡ୍ ପାଖ ଗୋବରୀ ନଦୀ ଶନିଘାଟଠାରେ ସାମୂହିକ ତିଳତର୍ପଣ କରାଯାଇଥିଲା । ପରେ ନୂଆ ବସ୍‌ଷ୍ଟାଣ୍ଡଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ପରେ ସକାଳ ୯ଟା ସମୟରେ ସହରର ପୁରୁଣା ସରକାରୀ ମେଡିକାଲ ଛକ ନିକଟରେ ସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମମାନଙ୍କରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ ପ୍ରମୁଖ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ ପରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଅନ୍ୟମାନଙ୍କ ସହିତ ଗରାପୁର ହନୁମାନ ମନ୍ଦିର, ତିନିମୁହାଣୀ ଶ୍ରୀରାମ ମନ୍ଦିର ଓ ଗୋପସ୍ଥିତ ଶ୍ରୀରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଅର୍ଶୀବାଦ ଭିକ୍ଷା କରିଥିଲେ । ଏହାପରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି କେନ୍ଦ୍ରାପଡା ବିରସ୍ୱତୀ, ଆଳି ଓ ଗରଦପୁରକୁ ଯାଇ ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଏବଂ ରାଜନଗର ଘରପୋଡିରେ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଗରଦପୁରରେ ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତିଙ୍କ ସହିତ ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଉପସ୍ଥିତ ଥିଲେ ।


Next Post

ଗରାପୁର ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ

Wed Apr 17 , 2024
କେନ୍ଦ୍ରାପଡ଼ା, ୧୭ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନବଦିନ ବ୍ୟାପୀ ପ୍ରତ୍ୟେହ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ ପାରାୟଣ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତ ପ୍ରବଚନ ଅନୁଷ୍ଠିତ […]

KANIKA