ହାଇୱା ଧକ୍କାରେ ବାଇକ ଆରୋହୀ ମୃତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତା କଷଣଅଂଟା ପ୍ରଜ୍ଞାପ୍ୟାଲେସ ନିକଟରେ ହାଇୱା ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଆଳି ଥାନା ଗୋପାଳପୁର ଗ୍ରାମର ବଂଟି ମଲିକ (୧୮) ।

ପ୍ରକାଶ ଯେ,ବଂଟି ପଟ୍ଟାମୁଣ୍ଡାଇ ବଜାର କାମସାରି ବାଇକ ନଂ( ଓଡି ୨୯ ଏମ ୬୫୪୮) ଯୋଗେ ଘରକୁ ଫେରୁଥିବା ବେଳେ ହଟାତ ଆଳିଆଡୁ ଦୃତଗତିରେ ଏକ ହାଇୱା ନଂ ( ଓ.ଡି ୦୪ ୧୪୫୬) ଟି ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ବଂଟି ରାସ୍‌ତା ଉପରୁ ଛିଟିକି ପଡିଥିଲେ । ତାଙ୍କ ମୁଣ୍ଡରୁ ରକ୍ତଶ୍ରାବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଆମ୍ବୁଲାନ୍ସ ଆସିବା ବିଳମ୍ବକୁ ନେଇ ଉତେଜନା ଲାଗିଥିବା ବେଳେ ସ୍ଥାନୀୟ ଲୋକମାନେ ହାଇୱାକୁ ଅଟକ ରଖିଛନ୍ତି । ଖବର ପାଇ  ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଆଳି  ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।  ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡ଼ିକୁ ପୋଲିସ ଜବତ କରିଛି। ଏ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

 

ପ୍ରକାଶଥାଉକି, କଟକ-ଚାନ୍ଦବାଲି ରାସ୍ତାରେ ବାରମ୍ବାର ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାଜ୍ୟ ରାଜପଥ ପ୍ରାଧିକରଣ ପକ୍ଷରୁ ଦୁର୍ଘଟଣା ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଏହି ରାସ୍ତା ମରଣଯନ୍ତା ପଲଟିଛି । ଟନିଂ ପଏଂଟରେ ଡିଭାଇଡ଼ର ନ ଥିବା ବେଳେ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇ ସତର୍କତା ସୂଚନା ଫଳକ ଲଗାଯାଉ ନାହିଁ । ସେହିପରି ରାତିଦିନ ଏହି ରାସ୍ତା ଦେଇ ଭାରି ଯାନ ଦ୍ରୁତ ଗତିରେ ଯିବା ଆସିବା କରୁଥିବାରୁ ଦୃଘଟଣା ଘଟୁଛି । ଏହି ରାସ୍ତା କଡ଼ରେ ବସବାସ କରୁଥିବା ସାଧାରଣ ଲୋକେ ମଧ୍ୟ ନିଜକୁ ନିରାପଦ ମଣୁ ନାହାଁନ୍ତି । ଦୃଘଟଣାକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


Next Post

ଗାଳ୍ପିକ ଯଶୋବନ୍ତ ସାମଲଙ୍କର "ଅଳ୍ପ ଗଳ୍ପ’ ଉନ୍ମୋଚିତ

Mon Apr 29 , 2024
କେନ୍ଦ୍ରାପଡା, ୨୯/୪: କଥାକାର ଡ଼ ଯଶୋବନ୍ତ ସାମଲଙ୍କର ଅଷ୍ଟମ ଗଳ୍ପ ସଂକଳନ “ଅଳ୍ପ ଗଳ୍ପ’ ଚଳିତମାସ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥିଭାବେ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ଡ଼ ଗୌରହରି ଦାସ ଯୋଗଦାନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ୱତନ୍ତ୍ର ସଚିବ କବି […]

KANIKA