ରାଜସ୍ୱ ନିରୀକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା



କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଡଜରିଆ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଭାବେ କିଶୋର ଚନ୍ଦ୍ର ଖଟୁଆ ଦୀର୍ଘ ୩୨ବର୍ଷ ଧରି କାର୍ଯ୍ୟକରି ଆଜି ଅବସରଗ୍ରହଣ କରିଛନ୍ତି । ଏହି ଅବସରରେ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତହସିଲଦାର ପଞ୍ଚାନନ ନାୟକ, ଅତିରିକ୍ତ ତହସିଲଦାର ଦିଲ୍ଲିପ କୁମାର ନାୟକ ଅତିଥି ଭାବେ ଯୋଗଦେଇ ରାଜସ୍ୱ ନିରୀକ୍ଷକ ଶ୍ରୀ ଖଟୁଆଙ୍କ କର୍ମମୟ ଜୀବନ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ତାଙ୍କ ଅବସରକାଳୀନ ଜୀବନ ଦୀର୍ଘ ଓ ନିରାମୟ ହେଉ ବୋଲି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ବେହେରା, ପ୍ରଦ୍ୟୁମ୍ନ ସ୍ୱାଇଁ, ଜନ ୱିଲିୟମ ବରାଳ, ବିଶ୍ୱବିଜୟୀ ପରିଡା, ସୁଧାଂଶୁ ଶେଖର ମହାନ୍ତି, ସୀତାକାନ୍ତ ସେଠୀ, ଅଞ୍ଜନା ନାଥ, ଝଞ୍ଜାରାଣୀ ରାମ ପ୍ରମୁଖ ଏହି ସଭାରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସୁନିତାରାଣୀ ବେହେରା ସଭା ପରିଚାଳନା କରିଥିବା ବେଳେ ପ୍ରିୟଙ୍କା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଶ୍ରୀ ଖଟୁଆଙ୍କୁ ମାନପତ୍ର, ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ଖଟୁଆ ବଡଜରିଆ ରାଜସ୍ୱ ସର୍କଲରେ ଦୀର୍ଘଦିନର କାର୍ଯ୍ୟକାଳ ମଧ୍ୟରେ ଜନସାଧାରଣଙ୍କ ପ୍ରିୟପାତ୍ର ସାଜିବା ସହ ଘରେ ଘରେ ପରିଚିତ ଥିଲେ । ତାଙ୍କ ଅବସର ଗ୍ରହଣ ପରେ ବଡଜରିଆ ରାଜସ୍ୱ ସର୍କଲରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ।


Next Post

ଶକ୍ତି ଦେଖାଇଲା କଂଗ୍ରେସ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମିଳିତ ରୋଡ଼ ସୋ

Wed May 1 , 2024
କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୁଧବାର କଂଗ୍ରେସ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ନିଜର ଉପସ୍ଥିତି ଜାହିର କରିବ ସହ ଦମ ଦେଖାଇଛି । କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ, ରାଜନଗରର ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ ସହରରେ ରୋଡ ସୋ’ କରିବା ସହ ପଟ୍ଟାମୁଣ୍ଡାଇ ବ୍ଲକ  ଏବଂ ମ୍ୟୁନିସିପାଲଟିରେ ଥିବା ବିଭିନ୍ନ ମନ୍ଦିର ଯାଇ ଦେବାଦେବୀଙ୍କ ଦର୍ଶନ କରି […]

You May Like