ଆଇନସେବା ସଚେତନତା ଶିବିର



କେନ୍ଦ୍ରାପଡ଼ା,୯ା୧୧:ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ନିକିରାଇ ବୀର ହନୁମାନଜୀଉ +୨ମାଧ୍ୟମିକ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମୈାଳିକ କର୍ତ୍ତବ୍ୟ, ପୋକ୍ସୋ ଆକ୍ଟ,ଜେଜେ (ସିପିସି)ଆକ୍ଟ ଏବଂ ପିଓଏସଏଚ ଆକ୍ଟ ଉପରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ ପ୍ରଜ୍ଞା ପରମିତା ରାଉଳ ଯୋଗଦେଇ ପୋକ୍ସୋ ଆଇନି ଉପରେ ଛାତ୍ରଛାତ୍ରୀମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇଥିଲେ। ତତ୍ସହିତ ବିଭିନ୍ନ ପ୍ରକାର ଗଳ୍ପ ଓ ଉଦାହରଣ ଦେଇ ପିଲାମାନଙ୍କୁ ଏପରି ଅପରାଧରୁ କିପରି ନିବୃତ୍ତ ରହି ସୁସ୍ଥ ମାନସିକତା ସହିତ ସୁସ୍ଥ ସମାଜ ଗଢିବାରେ ସହାୟକ ହେବେ ଓ ଆଗାମୀ କାଲି ଭବିଷ୍ୟତ ନିର୍ମାଣରେ ଜଣେ ଜଣେ କର୍ଣ୍ଣଧାର ସାଜିବେ ଆହ୍ୱାନ ଦେଇଥିଲେ। ଅପରାଧ ଓ ଅପରାଧୀ ଏହି ବୟସରେ ଜଡିତ ନହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ତତସହିତ ବରିଷ୍ଠ ସିଭିଲଜଜ ଶୁଭଗୈାତ୍ତମ ମିଶ୍ର, ଜେଏମଏଫସି ଦେବାଶିଷ ମିଶ୍ର, ପ୍ରୋବେସନ ଅଫିସର ସିମରନ ସୁକୁନିଆ, ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ, ରାଜନୀତି ବିଜ୍ଞାନ ମୁଖ୍ୟ ଡ. ଆଲୋକ କୁମାର ରାୟ, ଆଇସିସିର ସଦସ୍ୟ ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ। ତତସହିତ ଜେଜେ କୋର୍ଟର ସଦସ୍ୟ ଉପସ୍ଥିତ ରହି ଜେଜେ ସିପିସି ଆଇନ ଉପରେ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ପରିଚାଳନା କରିଥିଲେ।


Next Post

ସଦର ଥାନା ପକ୍ଷରୁ ଚକ୍ରୋଡା ପଞ୍ଚାୟତରେ ସାଇବର ସୁରକ୍ଷା ସଚେତନତା

Sun Nov 9 , 2025
କେନ୍ଦ୍ରାପଡ଼ା୮/୧୧- କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚକ୍ରୋଡା ପଞ୍ଚାୟତ ଅନ୍ତର୍ଗତ ତାରାପୁର ସାରଳା ମନ୍ଦିର ସମୁଖରେ ସରପଞ୍ଚ ତନୁଜା ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି। ଏହି ସଚେତନତା ସଭାରେ ସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ୨୦୧୦ମସିହାରେ ଇଣ୍ଟରନେଟ ସେବା ଆରମ୍ଭ ହେଲା । ଇଣ୍ଟରନେଟ ପ୍ରୋଭାଇଡର ଗୁଡିକ ୫ଜି ସେବା ଆରମ୍ଭ କରିବା ପରେ ଫୋନପେ, ଗୁଗୁଲପେ, ୟୁପିଆଇ ଭଳି […]

KANIKA