
କେନ୍ଦ୍ରାପଡ଼ା, ୧ା୫: କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଏବଂ ତତ୍ ଅଧିନ ୭ଗୋଟି ବିଧାନସଭା କ୍ଷେତ୍ର ନିମନ୍ତେ ଆଇନଜୀବୀମାନଙ୍କୁ ଆଇନ ପରାମର୍ଶଦାତା ତଥା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହି ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଲିଗାଲ୍ ଫ୍ରଣ୍ଟର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଜେନା, ଆଳି ପାଇଁ ବୃନ୍ଦାବନ ନନ୍ଦ, ମହାକାଳପଡା ପାଇଁ ଗଗନ ବିହାରୀ ଜେନା, ରାଜନଗର ପାଇଁ ସୁଶୀଲ ଦାସ, ପାଟକୁରା ପାଇଁ ବ୍ରଜସୁନ୍ଦର ରାଉତ, ମାହାଙ୍ଗା ପାଇଁ ଜିତେନ୍ଦ୍ର କୁମାର ମହାନ୍ତି, ସାଲେପୁର ବିଧାନସଭା କ୍ଷେତ୍ର ପାଇଁ ମାନସ କୁମାର ଦାସଙ୍କୁ ଆଇନ ପରାମର୍ଶଦାତା ତଥା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ନିଯୁକ୍ତି ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ୍ ଫ୍ରଣ୍ଟର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ କୁମାର ଜେନା, ରାଜ୍ୟ ବିଜେଡି ଲିଗାଲ୍ ଫ୍ରଣ୍ଟର ଆବାହକ ମିଲନ କାନୁନ୍ଗୋ ଓ ସଂଯୋଜକ ମନୋଜ ବର୍ମାଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଲିଗାଲ ଫ୍ରଣ୍ଟର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଇନଜୀବୀ ସଞ୍ଜୟ କୁମାର ଜେନାଙ୍କୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇନ ପରାମର୍ଶଦାତା ତଥା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

