ତାଲୁକ ଆଇନ ସେବା ସମିତି ପକ୍ଷରୁ ଶ୍ରମିକ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ମାଟିଆ ଆଇଟିଆଇ କେନ୍ଦ୍ର ଠାରେ ଶ୍ରମିକମାନଙ୍କ ପାଇଁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଇନ ସଚତେନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବାର ଆସୋସିଏସନର ଉପସଭାପତି ଆଇନଜୀବୀ ସୁରେଶ ନରେନ୍ଦ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଏଲଭି ସଭ୍ୟ ପ୍ରଫୁଲ୍ଲ ଦାଶ କହିଥିଲେ ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଇନ ଓ ସହାୟତା ସମ୍ପର୍କରେ ବୁଝାଇଥିଲେ । ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଇନ ଏବଂ ତାହାର କିପରି ଭାବେ ପ୍ରଣୟନ ହୋଇଥିଲା ସେ ନେଇ ଆଲୋକପାତ କରିଥିଲେ । ବରିଷ୍ଠ ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ସହାୟତା ବିଷୟରେ ଅବଗତ କରାଇଥିଲେ । କୋଷାଧ୍ୟକ୍ଷ ଧୀରେନ୍ଦ୍ରନାଥ ସାହୁ ଶ୍ରମିକ ମାନଙ୍କ ସ୍ୱାର୍ଥ ଓ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।ପିଏଲଭି ସଭ୍ୟ ଧବଳେଶ୍ୱର ଖଣ୍ଡାଇ ଆଇଟିଆଇ ଅଧ୍ୟକ୍ଷ ଓ ଛାତ୍ରମାନେ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥବା ବେଳେ ଜିତେନ୍ଦ୍ର କୁମାର ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲୋ