ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!



ନିର୍ବାଚନର ସରଗରମ ମାହୋଲରେ ରାଜ୍ୟରେ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ଜାତୀୟ ନିର୍ବାଚନ କମିଶନ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଭାରତ ନିର୍ବାଚନ ଆୟୋଗ ଗୁରୁବାର ଦିନ ରାଜ୍ୟର ପ୍ରଭାବ ଶାଳୀ ଆଇଏଏସ ଅଫିସର ତଥା ମିଶନ ଶକ୍ତିର ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ତୁରନ୍ତ ପ୍ରଭାବ ପକାଇ ଏକ ଅଣ-ସାଧାରଣ କାରବାର ବିଭାଗକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସରକାରୀ କାର୍ଯ୍ୟାଳୟର ଅପବ୍ୟବହାର ଅଭିଯୋଗ ଉପରେ ଆଧାର କରି ଏହି ପଦକ୍ଷେପ ନିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି ।
ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଭାରତ ନିର୍ବାଚନ ଆୟୋଗଙ୍କୁ ତାଙ୍କୁ ଏହି ପଦବୀରୁ ମୁକ୍ତ କରିବାକୁ ଅନୁରୋଧ କରିଥିଲା କାରଣ ତାଙ୍କ ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଜେଡିକୁ ଭୋଟ୍ ଦେବା ପାଇଁ ପ୍ରଭାବିତ କରେଇବାର ଅଭିଯୋଗ ହୋଇଥିଲା ।ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ରେ ସାମିଲ ଥିବା କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ସାଂସଦ ସୁଦର୍ଶନ ତ୍ରିବେଦୀ ଏବଂ ବିଜେପି ସାଧାରଣ ସମ୍ପାଦକ ଓମ ପାଠକ କମିଶନରଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ । ଏହି ସ୍ମାରକପତ୍ର ଅନୁଯାୟୀ, ମିଶନ ଶକ୍ତି ବିଭାଗ ୨୦୨୪ ମସିହାରେ ସଂସଦ ଏବଂ ବିଧାନସଭା ନିର୍ବାଚନ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଏକ ସିଷ୍ଟମିକ୍ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା, ଯାହାର ଲକ୍ଷ୍ୟ ଭୋଟର ସଚେତନତା ଏବଂ ଶିକ୍ଷା ଥିଲା । ମିଶନ ଶକ୍ତି ବିଭାଗର କାର୍ଯ୍ୟକର୍ତ୍ତାମାନେ ସରକାରୀ ଆର୍ôଥକ ସୁବିଧା ବନ୍ଦ କରିବାର ଧମକ ଦେଇ ଏହି ଗୁଡ଼ିକୁ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।ବିଜେପି ଦାବି କରିଛି ଯେ କାର୍ତ୍ତିକେୟନ୍ ଯେ ଭି.କେ ପାଣ୍ଡିଆନଙ୍କ ପତ୍ନୀ, ଯିଏକି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ଝଠଋଋଚ ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କ୍ଷମତା, ସରକାରୀ କଳ ଏବଂ ମାନବସମ୍ବଳର ଅପବ୍ୟବହାର କରି ଗୁରୁତର ଅପରାଧ କରୁଛନ୍ତି । “ଋଉଓ ର ନିରପେକ୍ଷ ତଥା ନିଖୁଣ ପ୍ରତିଷ୍ଠା ରକ୍ଷା କରିବା ଉଦ୍ଦେଶ୍ୟରେ, ସୁଜାତା କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ବିଭାଗର କମିଶନର-କମ-ସଚିବ ପଦରୁ ମୁକ୍ତ କରିବା ଏବଂ ଓଡିଶାରେ ନିର୍ବାଚନ ସମାପ୍ତ ହେବ ପର୍ଯ୍ୟନ୍ତ କୌଣସି ସାଧାରଣ କାରବାର ଦାୟିତ୍ୱ ନଦେବା ପାଇଁ ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି । ଯଦିଓ ଏହି ସ୍ମାରକପତ୍ରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ରହିଛି, ତଥାପି ତାଙ୍କ ଦସ୍ତଖତ ହଜିଯାଇଛି । ଜାତୀୟ ନିର୍ବାଚନ କମିଶନ ବିଳମ୍ବିତ ରାତିରେ ସୁଜାତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।


Next Post

କେନ୍ଦ୍ରାପଡା କଲେଜ ଛାତ୍ରଛାତ୍ରୀଙ୍କ ଧାରଣା , ୩ ଶହ ପିଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ

Fri May 3 , 2024
କେନ୍ଦ୍ରାପଡ଼ା, ୩ା୫: କେନ୍ଦ୍ରାପଡା କଲେଜରେ ସ୍ନାତକୋତର (ପିଜି) ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ପ୍ରତିବାଦରେ ଛାତ୍ର ଅଶାନ୍ତି ତେଜିଛି । ଶତାଧିକ ପିଜି ଛାତ୍ର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗରୁ ପ୍ରକାଶ ଯେ, କେନ୍ଦ୍ରାପଡା କଲେଜରେ ମୋଟ ୧୫ଟି ବିଭାଗରେ ସେଲ୍ଫ ଫାଇନାନ୍ସିଂ ଜରିଆରେ ପିଜି ପାଠ୍ୟକ୍ରମ ପ୍ରଦାନ କରାଯାଇଛି । […]

KANIKA