ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ : ବିଜେଡି ମିଶ୍ରଣ ପର୍ବରେ ସରକାରୀ ବାବୁ


କେନ୍ଦ୍ରାପଡ଼ା, ୬/୫ : ନିର୍ବାଚନ ପାଇଁ ବିଶେଷ କରି ରାଜନୈତିକ ଦଳ ଏବଂ ସରକାରୀ ପଦବୀରେ ଥିବା ଅଧିକାରୀଙ୍କୁ ଆଦର୍ଶ ଆଚରଣବିଧି ଦେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ । କିନ୍ତୁ କମିଶନଙ୍କ ନିର୍ଦ୍ଦେଶ ଫୁ କରି ଶାସକ ବିଜୁ ଜନତା ଦଳ ପ୍ରେମରେ ବାୟା ହେଉଛନ୍ତି ଅନେକ ସରକାରୀ ଅଧିକାରୀ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଦୁଇଟି ରୋଚକ ଘଟଣା ସାମନାକୁ ଆସିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଉଲଂଘନ କରି ଜଣେ ସରକାରୀ ବାବୁ ବିଜେଡି ମିଶ୍ରଣ ପର୍ବରେ ସିଧା ଦଳରେ ଯୋଗ ଦେଇଥିବା ବେଳେ ଅନ୍ୟଜଣେ ସରକାରୀ ବାବୁ ବିଜେଡି ନେତା ଏବଂ କର୍ମୀଙ୍କ ଗହଣରେ ବସି ଦଳୀୟ ପ୍ରଚାର ଓ ଭୋଟ ସଂଗ୍ରହରେ ଲାଗି ପଡିଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଦୁଇ ସରକାରୀ ବାବୁଙ୍କର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ପ୍ରଥମଟି ମହାକାଳପଡା ବିଜେଡି କାର୍ଯ୍ୟାଳୟର ଫଟୋ । ମ ହାକାଳପଡା ବ୍ଲକର ତେରଗାଁ ପଞ୍ଚାୟତରେ ହେଉଥିବା ମିଶ୍ରଣ ପର୍ବରେ ଜଣେ ସରକାରୀ ବାବୁ ଯୋଗଦାନ କରି ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ସରକାରୀ ତହବିଲରୁ ଦରମା ବି ନେଉଛନ୍ତି । ସେହିପରି ଦ୍ୱିତୀୟଟି ମାର୍ଶାଘାଇର ଏକ ପେଟ୍ରୋଲ ପମ୍ପରେ ନିର୍ବାଚନ ପରିପ୍ରେକ୍ଷୀରେ ଖୋଲାଯାଇଥିବା କାର୍ଯ୍ୟାଳୟରେ ଜଣେ ସରକାରୀ ବାବୁ ବିଜେଡି ନେତା ଓ କର୍ମୀଙ୍କ ଗହଣରେ ବସି ବିଜୁ ଜନତା ଦଳ ସପକ୍ଷରେ ଭୋଟ ଯୋଗାଡ ପାଇଁ କାର୍ଯ୍ୟ କରୁଥିବାର ଫଟୋ ଭାଇରାଲ ହେଉଛି । ଏହି ଦୁଇଟି ଘଟଣାରେ ସରକାରୀ ପଦବୀରେ ଥାଇ ଶାସକ ଦଳ ଏବଂ ନେତାମନ୍ତ୍ରୀଙ୍କ ସହ ସାମିଲ ହେବା, ସରକାରୀ ବାବୁଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ, କେନ୍ଦ୍ରାପଡା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି ।


Next Post

ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ କେନ୍ଦ୍ରାପଡ଼ା ଗସ୍ତ ନିର୍ବାଚନ ପରିଚାଳନା ସମୀକ୍ଷା, ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ

Mon May 6 , 2024
କେନ୍ଦ୍ରାପଡ଼ା, ୬ା୫: ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗେନ୍ଦ୍ର ତ୍ରିପାଠୀ ଏବଂ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ହିମାଳିନି କାଶ୍ୟପ ଏକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ସାଧାରଣ ନିର୍ବାଚନ-୨୦୨୪ର ସୁପରିଚାଳନା ଉପରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁକ୍ତ, ଅବାଧ, ନିରପେକ୍ଷ ତ୍ତ୍ୱଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା […]

KANIKA